ସାନଖେମୁଣ୍ଡି (ରତ୍ନଗିରି ନିୟୁଜ ) ସାମ୍ପ୍ରତିକ ସ୍ଥିତିରେ ରକ୍ତର ଘୋର ସଙ୍କଟ ଯୋଗୁଁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଣଜା ପଞ୍ଚାୟତର ତିଳେଶ୍ୱର ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗାଁରେ ପାଞ୍ଚ ଦିନ ଧରି ହେବାକୁ ଥିବା ରାଧାମାଧବ ଦୋଳ ଉତ୍ସବର ପ୍ରଥମ ଦିନରେ ଲୋକେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉକ୍ତ ରକ୍ତଦାନ ଶିବିରରେ ସମାଜର ବିଭିନ୍ନ ଶ୍ରେଣୀର ରକ୍ତଦାତାଙ୍କୁ ଦେଖିବାକୁ ମିଳିଥିଲା ହିନ୍ଦୁ ହେଉକି ଖ୍ରୀଷ୍ଟିଆନ ମୁସଲମାନ, ଧନୀ ହେଉକି ଗରିବ ଏଠି ସମସ୍ତେ ରକ୍ତଦାନ କରି ଦୋଳ ଉତ୍ସବକୁ ଆହୁରି ରଙ୍ଗୀନ କରିଦେଇଥିଲେ ସବୁଠୁ ରୋମାଞ୍ଚକ ଥିଲା ଉକ୍ତ ରକ୍ତଦାନ ସମ୍ବନ୍ଧିତ ଖବର ସଂଗ୍ରହ କରିବାକୁ ଯାଇଥିବା “ଉକ୍ତଳ ମେଲ”ର ସାମ୍ବାଦିକ ଜଗନ୍ନାଥ ପାଣିଗ୍ରାହୀ ନିଜେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି l ସାମ୍ବାଦିକ କେବଳ ଖବର କରନ୍ତି ତାହାନୁହେଁ, ବରଂ ରକ୍ତଦାନ କରିମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇ ପାରନ୍ତି l ଏହି ରକ୍ତଦାନ ଶିବିରରେ ସମାଜର ବିଭିନ୍ନ ଶ୍ରେଣୀର ରକ୍ତଦାତାଙ୍କୁ ଦେଖିବାକୁ ମିଳିଥିଲା l ଏଥିରେ ଶିକ୍ଷକ,ସାମ୍ବାଦିକ,ଛାତ୍ର,ବ୍ୟବସାୟୀ, ସମାଜସେବୀ ଆଦି ବ୍ୟକ୍ତି ବିଶେଷ ରକ୍ତ ଦାନ କରିଥିଲେ। ଆଜିର ଏହି ରକ୍ତଦାନ ଶିବିରରେ ମୋଟ ୪୫ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ। ରାଧାମାଧବ ଦୋଳଉତ୍ସର ସଭାପତି ଦୀପକ ଜେନା, ସମ୍ପାଦକ ଅଜିତ ବରାଡ଼ ଏବଂ ଅନୁଷ୍ଠାନର ସ୍ଵେଚ୍ଛାସେବୀ ଓ ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ
Related Stories
December 9, 2024
December 1, 2024