ବରୀ(ରତ୍ନଗିରି ନ୍ୟୁଜ)୦୩/୦୬ : ରକ୍ତହିନତା ପାଇଁ କେହି ମୃତ୍ୟୁବରଣ କରିବେ ନାହିଁ ଯଦି ଆମେ ସମସ୍ତେ ରକ୍ତ ଦାନ କରିବା ପାଇଁ ଯତ୍ନବାନ ହେବା । ତେଣୁ ଆମ୍ଭେମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ବୋଲି ଯାଜପୁର ଜିଲ୍ଲା ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ବିମଳ ପ୍ରସାଦ ଦାସ ପ୍ରକାଶ କରିଛନ୍ତି ।
ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ପଞ୍ଚାୟତର ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ସ୍ୱର୍ଗତ ମଧୁସୁଦନ ଶ୍ୟାନ୍ତି, ଜ୍ୟୋତିଶଙ୍କର ରଥ ଓ ପବିତ୍ର ରଥଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାଇଫ୍ କ୍ଲବ ଆନୁକୁଲ୍ୟରେ ଧାରପୁର ପଞ୍ଚାୟତର ରାଜୀବଗାନ୍ଧି ସେବାକେନ୍ଦ୍ର ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଯାଜପୁର ଜିଲ୍ଲା ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ବିମଳ ପ୍ରସାଦ ଦାସ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରିଥିଲେ ।
ଏହି ଶିବିରରେ ଆଖପାଖ ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସହଯୋଗ କରିଥିବାବେଳେ ଶିବିର ପରିଚାଳନାରେ ଲାଇଫ୍ କ୍ଲବ୍ର ସଭାପତି ତୁଷାରକାନ୍ତ ଶ୍ୟାନ୍ତି, ସୁଧାଂଶୁ ଶ୍ୟାନ୍ତି, ମାନସ ଜେନା, ଶିଶିର ଜେନା, ବନୋଜ ଶ୍ୟାନ୍ତି, ସୁଭେନ୍ଦୁ ଭୂୟାଁ, ସତ୍ୟଜିତ ଶ୍ୟାନ୍ତ, କୁନମୁନ ଶ୍ୟାନ୍ତି, ରାକେଶ ଶ୍ୟାନ୍ତି, ସୁବ୍ରତ ଶ୍ୟାନ୍ତି, ରତ୍ନାକର ଭୂୟାଁ, ରଂଜନ ଶ୍ୟାନ୍ତି ତଥା ଲାଇଫ୍ କ୍ଲବ୍ର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଯାଜପୁର ରେର୍ଡ କ୍ରସ୍ ସୋସାଇଟ୍ର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ବରୀରୁ ସନ୍ତୋଷ କୁମାର ରାଉତଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ