ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) :ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ବରରେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଦୁଇ ସପ୍ତାହବ୍ୟାପୀ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୧୭୦ ୟୁନିଟ୍ ରକ୍ତ ସଂଗ୍ରହ।
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନ ମହାମାରୀ ସମୟରେ ରକ୍ତ ଅଭାବ କୁ ଦୂର କରିବା ନିମନ୍ତେ ସାରା ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ଵରଠାରେ କରୋନା ମହାମାରୀ ନିମନ୍ତେ ରକ୍ତ ଅଭାବ ଦୂରୀକରଣ ନିମନ୍ତେ ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଦୁଇସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିର ମେ ୧୭ ରୁ ଆରମ୍ଭ ହୋଇ ମେ ୩୦ ରେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଦୁଇସପ୍ତାହବ୍ୟାପୀ ରକ୍ତଦାନ ଶିବିରରେ ୧୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ। ତତ୍ ସହିତ ଏହି ଅବସରରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଓଡ଼ିଶା ମୋ ପରିବାରର ସହଆବାହକ ଦେବୀ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ,ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ ସମସ୍ତ ରକ୍ତଦାତା ମାନକୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଏହି କୋରାନା ମହାମାରୀ ସମୟରେ ଓଡ଼ିଶାକୁ ରକ୍ତ ଅଭାବ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକଟି କର୍ମୀ ସଜାଗ ପ୍ରହରୀ ରୂପେ କାର୍ଯ୍ୟ କରିବେ। ଏହା ସହ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମସ୍ତ କୋଭିଦ ଗାଇଡଲାଇନକୁ ମାନି ରକ୍ତଦାନ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରତ୍ୟେକ ଛାତ୍ର ସମାଜ ମଧ୍ୟରେ ସାମାଜିକ କାର୍ଯ୍ୟକ୍ରମ ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ତଥା କୋରାନ ମହାମାରୀ କୁ ପ୍ରତିହତ କରିବା ପର୍ଯ୍ୟନ୍ତ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକଟି କର୍ମକର୍ତ୍ତା ନିଜ ସାମାଜିକ ଦାୟିତ୍ଵ କୁ ସୁଚାରୁରୂପେ ନିର୍ବାହ କରିବା ପାଇଁ ସଂକଳ୍ପବଦ୍ଧ।