ବରୀ(ରତ୍ନଗିରି ନ୍ୟୁଜ) :- ଯାଜପୁର ଜିଲ୍ଲା ବରୀ ଅନ୍ତର୍ଗତ ଧାରପୁର ପଞ୍ଚାୟତର ଲାଇଫ୍ କ୍ଲବ୍ ନିକଟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଧାରପୁର ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ଓ ସଫଳ ଚାଷୀ ସୁଧାକର ଶ୍ୟାନ୍ତିଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧ ଅବସରରେ ପୁତ୍ର ତୁଷାରକାନ୍ତ ଶ୍ୟାନ୍ତି ଓ ପୂତ୍ରବଧୂ ତଥା ଧାରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଟି.ରୋଜାଲିନ ଶ୍ୟାନ୍ତିଙ୍କ ଉଦ୍ୟମ କ୍ରମେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ସୁଧାସାର ଭକ୍ତିବାବା ସରସ୍ୱତୀ ଆଶ୍ରମର ମଠାଧିସ ବାବା ଉତ୍ତମ ଚନ୍ଦ୍ର ଦାସ, ଯୁବନେତା ସଞ୍ଜିବ କୁମାର ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ଅନ୍ୟତମ ଅତିଥି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଗୀତିକାର ଦିଲ୍ଲିପ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ଉଭୟ ପୁତ୍ର ଓ ପୁତ୍ରବଧୂଙ୍କ ସମେତ ପରିବାଦର ସମସ୍ତ ସଦସ୍ୟ ଶିବିରରେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ଜିଲ୍ଲା ରେଡ୍କ୍ରସ୍ର କର୍ମଚାରୀମାନେ ପରିଚାଳନା କରିଥିବାବେଳେ ୩୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ବିଷ୍ଣୁୁ ପ୍ରିୟ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ବିମଳ ଚନ୍ଦ୍ର ଦାସ ପ୍ରତ୍ୟେକ୍ଷ ପରିଚାଳନା କରିଥିଲେ ।

