ବରୀ (ରତ୍ନଗିରି ନ୍ୟୁଜ) : ଓଡିଶା ମୋ ପରିବାର ପକ୍ଷରୁ ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ରବିବାର ସକାଳେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରକୁ ବରୀ ବିଧାୟିକା ସୁନନ୍ଦା ଦାସ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବା ସହ ରକ୍ତଦାତାମାନଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଅନେକ ବ୍ୟକ୍ତିଙ୍କୁ ରକ୍ତଭାବ ଜନିତ ମୃତ୍ୟୁ ମୁଖରୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ ବୋଲି କହିଥିଲେ l ଯେଉଁମାନେ ଏଭଳି ମହତ ଉଦେଶ୍ୟକୁ ସଫଳ କରୁଛନ୍ତି ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିବା ସହ ବିଧାୟିକା ଶିବିରର ସଫଳତା କାମନା କରିଥିଲେ l ଓଡିଶା ମୋ ପରିବାର ର ଯାଜପୁର ଜିଲ୍ଲା ସଂଯୋଜକ ବିମଳ କୁମାର ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମହାକାଳପଡ଼ା ପଞ୍ଚାୟତର ସରପଞ୍ଚ ପ୍ରଜ୍ଞା ପରମିତା ପରିଡା, ନିଜେ ରକ୍ତଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ମହାନ ପରିକଳ୍ପନା ସମ୍ପର୍କରେ ରକ୍ତଦାତା ମାନଙ୍କୁ କହି ଏଥିରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ l ଉକ୍ତ ଶିବିରରେ 51 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l
ଉକ୍ତ ରକ୍ତଦାନ ଶିବିରରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ସ୍ମୃତି ରଞ୍ଜନ ପରିଡା, ନିର୍ମଳ କୁମାର ରାଉତ, ପ୍ରଭାସ ରଞ୍ଜନ ପରିଡା, ସଂଗ୍ରାମ କେଶରୀ ସାମଲ, ସୁଶାନ୍ତ କୁମାର ପରିଡା, ବୀରେନ କୁମାର ରାଉତ, ସତ୍ୟବ୍ରତ ଭୂୟାଁ, ବିଜୟ କୁମାର ସାହୁ, ଗୌରାଙ୍ଗ ମଲିକ, ଶଶୀକାନ୍ତ ମଳିକ , ପଙ୍କଜ ମଳିକ, ରାଜ କିଶୋର ମଳିକ , ମିହିର ମଳିକ, କେଦାର ନାୟକ, ଗମୁ ସରପଞ୍ଚ ଜଗଦୀଶ ଜେନା ପ୍ରମୁଖ ଉପସ୍ଥିତ ରହି ଶିବିରରେ ରକ୍ତଦାତାମାନଙ୍କୁ ଉତ୍ସlହିତ କରିବା ସଙ୍ଗେସଙ୍ଗେ ପରିଚାଳନାରେ ସହଯୋଗ କରିଥିଲେ l