ଯାଜପୁର (ରତ୍ନଗିରି ନ୍ୟୁଜ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଓଡିଆଣୀ ରେଷ୍ଟୁରାଣ୍ଟ ର ମିଳିତ ଆନୁକୁଲ୍ୟରେ ପାଣି କୋଇଲି ସ୍ଥିତ ଓଡିଆଣୀ ରେଷ୍ଟୁରାଣ୍ଟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶାର ବିଶିଷ୍ଟ ମାନବବାଦୀ ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସ ଉଦ୍ ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସର୍ବଭାରତୀୟ ଆଜାଦି ଠେଙ୍ଗା ବାହିନୀର ମୁଖ୍ୟ କମାଣ୍ଡର କୃଷକ ଲକ୍ଷ୍ମଣ ଦାସ ଯୋଗଦାନ କରିଥିଲେ । ଓଡିଆଣୀ ତରଫରୁ ମୁଖ୍ୟ ଅତିଥି ତଥା ଉଦ୍ ଘାଟକ ଅଭିମନ୍ୟୁ ଦାସଙ୍କୁ ମାନପତ୍ର ଉପଢୈାକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅପର ପକ୍ଷେ ନୂଆ ଆଲୋକ ଦ୍ୱାରା କୃଷକ ଲକ୍ଷ୍ମଣ ଦାଶଙ୍କୁ ମାନପତ୍ର ଓ ଉପଢୈାକନ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିଲା । ଏତଦ୍ଭିନ୍ନ ପାଣି କୋଇଲି ଓ ଯାଜପୁର ଅଂଚଳର ୨୦ ଜଣ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କର ଅନବରତ ସମାଜ ସେବା ଲାଗି ଦ୍ୱୟ ଅନୁଷ୍ଠାନ ଓପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡିଆଣୀ କେବଳ ଏକ ରେଷ୍ଟୁରାଣ୍ଟ ନୁହଁ ସମାଜ ସେବା କ୍ଷେତ୍ରରେ ତାହାର କାର୍ଯ୍ୟକ୍ରମ ଅନବରତ ଚାଲୁ ରହିଛି । ସମାଜ ସେବା କ୍ଷେତ୍ରରେ ଓଡିଆଣୀ ନିଜକୁ ସମର୍ପିତ କରିବାକୁ କେବେ ବି ପଶ୍ଚାତପଦ ହେବ ନାହିଁ ବୋଲି ଓଡିଆଣୀର ପୁରୋଧା ଦିଲ୍ଲିପ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ସେହି ପରି ନୂଆ ଆଲୋକର ସଭାପତି ଶରତ କୁମାର ଜେନା କହିଲେ ଯେ , ନୂଆ ଆଲୋକ ଏକାକି ସମାଜ ସେବାର କାର୍ଯ୍ୟକ୍ରମ କରୁଥିଲା । ଆଜି ଓଡିଆଣୀ ସହିତ ତାର କାର୍ଯ୍ୟକ୍ରମକୁ ଆଗକୁ ନେବା, ସମାଜ ପାଇଁ ମଙ୍ଗଳମୟ ହେବାକୁ ଅନୁଷ୍ଠାନ ଆଶା ରଖିଛି । ତେବେ ସମାଜ ସେବୀ ଅଭିମନ୍ୟୁ ଦାସ ନୂଆ ଆଲୋକର ଯୁବ ବନ୍ଧୁ ମାନଙ୍କର ସେବା ଯୁକ୍ତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରସଂସା କରିବା ସହିତ ଓଡିଆଣୀ ଯେ ଖାଲି ଓଡିଆ ଖାଦ୍ୟ ପରଷିବାର ଅନୁଷ୍ଠାନ ତାହା ନୁହଁ , ସମାଜ ସେବା କ୍ଷେତ୍ରରେ ସେ ଯେପରି ଅଗ୍ରଦୂତ ସାଜିଛି ତାହା କୁ ଦିନେ ସାରା ଓଡିଶା ସ୍ମରଣ କରିବ ଏଥିରେ ସନ୍ଦେହ ନାହିଁ । ବିଶେଷ କରି ଓଡିଆଣୀ ରେଷ୍ଟୁରାଣ୍ଟର ଆତିଥ୍ୟ ବାସ୍ତବରେ ସ୍ମରଣୀୟ । ତେବେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ୮୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଜଣାଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବାକଥା ଦିଲ୍ଲିପ୍ ପଣ୍ଡା ପ୍ରକାଶ କରିଛନ୍ତି ।
ଯାଜପୁର ରୁ ଦେବାଶିଷ ପ୍ରଧାନ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ