ଆସିକା(ରତ୍ନଗିରି ନ୍ୟୁଜ) :-ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି। ଏହି ଶିବିର ମହାବିଦ୍ୟାଳୟର ଯୁବ ରେଡକ୍ରସ୍, ରାଷ୍ଟ୍ରୀୟ ସେବା ସଂସ୍ଥା, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍ ରୋଭର୍ସ ରେଞ୍ଜର ଶାଖାର ମିଳିତ ଆନୁକୂଲ୍ୟରେ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ରୂପେ ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ତଥା ଆସିକା ବିଜ୍ଞାନ ମହାବିଦ୍ୟାଳୟ ଗଭର୍ଣ୍ଣିବଡିର ସଭାପତି ରାଜେନ୍ଦ୍ର ମିଞ୍ଜ୍ ଯୋଗ ଦେଇଥିଲେ। ଭଞ୍ଜନଗର ବ୍ଳଡ୍ ବ୍ୟାଙ୍କର ଡାକ୍ତରୀ ଟିମ୍ ଙ୍କ ସହ ଭଞ୍ଜନଗର ଉପଖଣ୍ଡ ସରକାରୀ ହସ୍ପିଟାଲର ଡକ୍ଟର ଅନିଲ୍ କୁମାର ଚୌଧୂରୀ ତଥା ଦ୍ବିତୀୟ ବାଟାଲିୟନ, ବ୍ରହ୍ମପୁରର ଆର୍ମି ଅଫିସର ଖରକ ଚାନ୍ଦ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀମାନ୍ ମିଞ୍ଜ୍ ଯୁବକ ଏବଂ ଯୁବତୀ ମାନଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆହ୍ବାନ କରିଥିଲେ। ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଶାଖାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମଧ୍ୟ ରକ୍ତଦାନ ଶିବିରରେ ସମସ୍ତଙ୍କୁ ସହଯୋଗ କରିଥିଲେ।