ବରୀ (ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲାରୁ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରୁଥିବା ଗୋଳାକୁଣ୍ଡ-ଇନ୍ଦୁପୁର ରାସ୍ତାର ବାଲିଆ ଗ୍ରାମପଞ୍ଚାୟତ ଅଧୀନ ପଞ୍ଚାୟତ ଅଫିସ ନିକଟରେ ରହିଛି ଏକ ଅଣଓସାରିଆ ରାସ୍ତା ଯାହାକି ପରମାନନ୍ଦପୁର ଦଳେଇ ସାହିକୁ ସଂଯୋଗ କରିଥାଏ l ଉକ୍ତ ସ୍ଥାନରେ ଆଜି ସ୍ଥାନୀୟ ବାଲିଆ ପଞ୍ଚାୟତ ଅଧୀନ ପରମାନନ୍ଦପୁର ଦଳେଇ ସାହିର ତେଣୁ ଦୁର୍ୟୋଧନ ଦଳେଇଙ୍କ ନେତୃତ୍ୱରେ ମିତା ଦଳାଇ, କବିତା ଦଳାଇ,ମିନତୀ ଦଳାଇ, ସୁଚିତ୍ରା ଦଳାଇ,ମାନସୀ ଦଳାଇ, ସ୍ଵର୍ଣ୍ଣଲତା ଦଳାଇ,ପ୍ରଭାତୀ ଦଳାଇଙ୍କ ସମେତ ବହୁ ମହିଳା ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଥିଲା l ସେମାନଙ୍କର ଦାବି ଥିଲାଯେ ତାଙ୍କ ସାହିକୁ ଯାଇଥିବା ରାସ୍ତାଟି ମୁଖ୍ୟ ରାସ୍ତା ଠାରୁ ଖାଲୁଆ ଥିବାରୁ ଉକ୍ତ ସ୍ଥାନରେ ଗଡା଼ଣିଆ ବା ସ୍ଲୋପିଙ୍ଗ କରି କାର୍ଯ୍ୟ କରାଗଲେ ସେହି ରାସ୍ତାରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସମସ୍ତ ଯାନବାହାନ ସୁବିଧାରେ ଯାତାୟତ କରିପାରିବ କିନ୍ତୁ ଦାୟିତ୍ୱରେ ଥିବା ଠିକାଦାର ସେଭଳି କରି ନଥିଲେ ଯାହା ଫଳରେ ଉକ୍ତ ରାସ୍ତାରେ ସାଧାରଣତଃ ମଟର ସାଇକେଲଟିଏ ଯିବା କଷ୍ଟକର ଅବସ୍ଥାରେ ଥିଲା ।
କିଛି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କୁ ବିରୋଧ କରିବାରୁ ଘଟଣା ସ୍ଥଳରେ ଆଇନ ଶ୍ରୁଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ନରୋତ୍ତମ ଦାସ ଏବଂ କନିଷ୍ଠ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଙ୍କୁ ଯୋଗା ଯୋଗ ପାଇଁ ଚେଷ୍ଟା କରା ଯାଇ ଥିଲେ ମଧ୍ୟ ସେମାନେ ଫୋନ ରିସିଭ କରି ନଥିଲେ l ଖବର ପାଇ ବରୀ ରାମଚନ୍ଦ୍ରପୁର ଥାନାର ଏ ଏସ ଆଇ ମନୋରଞ୍ଜନ ସେଠି ଓ ବରୀ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠି ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ମାନଙ୍କର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଳରୁ ମହିଳା ମାନେ ଉଠିଥିଲେ l ଏଠାରେ ଉଲେଖ ଯୋଗ୍ୟ ଗୋଳକୁଣ୍ଡ ଇନ୍ଦୁପୁର ପୂର୍ତ୍ତ ବିଭାଗ ରାସ୍ତାର ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଛି।
ମାତ୍ର ଦାଇତ୍ୱ ରେ ଥିବା ଠିକାଦାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଅନୁପସ୍ଥିତି ଓ ଖାମଖିଆଲ ମନୋଭାବ ଯୋଗୁଁ ଏହି ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଛି। ଉକ୍ତ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବା ବେଳେ ପୂର୍ବରୁ ଉକ୍ତ ଅର୍ଥ ରାଶି ବିନିଯୋଗ କରାଯାଇ ତିଆରି ହୋଇଥିବା ରାସ୍ତା ଉପରୁ ଗୋଡ଼ି ଉଠିଜିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ରାସ୍ତା ନିର୍ମାଣରେ ପତଳା ବାଲି ବ୍ୟବହାର କରାଯିବା ଓ ଢଳେଇ ସ୍ଥାନ ଗୁଡିକରେ ପାଣି ଦିଆ ନ ଯିବାରୁ ରାସ୍ତାର କିଛି ଅଂଶ ଫାଟି ଆଁ କଲାଣି। ମାତ୍ର ଢଳେଇ ରାସ୍ତା ଫାଟିଥିବା ସ୍ଥାନ ଗୁଡିକ କିପରି ଲୋକ ଲୋଚନକୁ ନ ଆସିବ ଫାଟି ଥିବା ସ୍ଥାନ ଗୁଡିକରେ ବାଲି ପକାଇ ଲୁଚା ଯାଉଛି ।
ଏହା ଏକ ମୁଖ୍ୟ ରାସ୍ତା ହୋଇ ଥିବାରୁ ଏହି ରାସ୍ତା ଉପରେ ଗମନା ଗମନ ନିମନ୍ତେ ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି। କିନ୍ତୁ ଅର୍ତନ୍ତ ଦୁଃଖ ଓ ବିଡମ୍ବନା ର ବିଷୟ ଏହି ରାସ୍ତା କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର କାର୍ଯ୍ୟ ହେବା ସ୍ଥାନୀୟ ଲୋକମାନେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ କରିବା ଘଟଣା ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ମଧ୍ୟ ପାଇଛି। କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ପୂର୍ତ୍ତ ବିଭାଗ ଏଭଳି ନିମ୍ନ ମାନର କାର୍ଯ୍ୟର ତଦନ୍ତ ନ କରିବା ପଛରେ କାହାର ପ୍ରଚ୍ଛନ୍ନ ଭୂମିକା ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।