ଗଞ୍ଜାମ(ରତ୍ନଗିରି ନ୍ୟୁଜ)୦୧/୦୪: ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛ। ସେହିପରି ପୋଲସରା ଓ ବୁଗୁଡା ବ୍ଳକ ସମିତି ସଭାଗୃହରେ ମଧ୍ୟ ୮୭ତମ ଉତ୍କଳ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ପୋଲସରା ବ୍ଳକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ବେଳେ ବୁଗୁଡା ବିଡିଓ ତନ୍ମୟ ପାତ୍ର ବୁଗୁଡା ବ୍ଳକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପାଳନ ହୋଇଥିଲା ।
ପ୍ରଥମେ ସହର ଥିବା ଓଡ଼ିଶାର ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ଓ ସମସ୍ତ କାଉନସିଲର ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ୮୭ ତମ ଉତ୍କଳ ଦିବସ ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ଶ୍ରୀ ସାହୁ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଓଡ଼ିଶାର ବରପୁତ୍ର ମାନଙ୍କ ଉଦ୍ୟମ ଯୋଗୁଁ ୧୯୩୬ ଏପ୍ରିଲ ପହିଲା ଦିନ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଓଡିଶା ଗଠନ ହୋଇଥିଲା। ସେହି ବରପୁତ୍ର ମାନଙ୍କ ଯୋଗୁଁ ଆମେ ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଛେ। ସେହି ବରପୁତ୍ର ମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ନୂତନ ଓଡିଶା ଗଠନ ପାଇଁ ଉଦ୍ୟମ ଜାରୀ ରଖିଥିବା ପ୍ରକାଶ କରିଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅଧ୍ୟକ୍ଷା ଶ୍ରୀମତ ବେହେରାଙ୍କ ପ୍ରମୁଖଙ୍କ ସମେତ ପୋଲସରା ମେଡ଼ିକାଲକୁ ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ବୁଗୁଡା ବ୍ଳକର ଉତ୍ତମ କାର୍ଯ୍ୟ ପାଇଁ ଚାରିଜଣ କର୍ମଚାରୀଙ୍କୁ ଶ୍ରୀ ସାହୁ ସମ୍ମାନିତ କରିଥିଲା ବେଳେ ପୋଲସରା ବ୍ଳକରୁ ମଧ୍ୟ ଉଚ୍ଚକୋଟୀର କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତି ସହ ପୋଲସରା ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ , ବୁଗୁଡା ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ,ଜିଲ୍ଲା ପରିଷଦ ସଦସ୍ୟ , ଲୋକପ୍ରତିନିଧି ବୃନ୍ଦ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ପୋଲସରା ଏନଏସି କର୍ମଚାରୀ ବୃନ୍ଦ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ :-ରଂଜିତ କୁମାର ପୋଲାଇ