ସାନଖେମୁଣ୍ଡି (ରତ୍ନଗିରି ନ୍ୟୁଜ) : ଆଡପଡା ରେ ବ୍ଲକ୍ ସ୍ତରୀୟ ବିଜ୍ଞାନମେଳାକୁ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଉଦଘାଟନ କରିଥିଲେ। ଅତିଥି ଭାବେ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡ ବାହାନ ଦାସ ସରପଞ୍ଚ ଶର୍ମିଷ୍ଠା ରାଉତ ଉପସ୍ଥିତ ଥିଲେ। ବ୍ଲକ୍ ଶିକ୍ଷଧିକାରୀ କୁରେସୁ ସେଠୀ ଏବିଇଓ ସିମାଞ୍ଚଳ ରଥ ଶୁକଦେବ ମଲିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବିଜ୍ଞାନମେଳାରେ ବିଚାରକ ଭାବେ କଙ୍କୋରଡ଼ା କଲେଜ ଅଧ୍ୟକ୍ଷ ଡ ପ୍ରଫୁଲ୍ଲ କୁମାର ରାଉତ ଅଧ୍ୟାପକ ତୀର୍ଥବ୍ରତ ସାହୁ ବିଜ୍ଞାନ ଶିକ୍ଷକ ହରେସ ଚନ୍ଦ୍ର ମୁଖାର୍ଜୀ ବାଳକୃଷ୍ଣ ଡାକୁଆ ପ୍ରକଳ୍ପ ନିରୀକ୍ଷଣ କରିଥିଲେ ।
ଉଚ୍ଚ ବିଦ୍ୟାଳୟ ରୁ ୪୧ଟି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ୭୮ଟି ସମୁଦାୟ ୧୧୯ ଟି ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ୬ ଟି ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ପାଇଁ ବିଚାରକ ମାନେ ମନୋନୀତ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତହସିଲଦାର ଡ ଶ୍ରୀନିବାସ ବେହେରା ଯୋଗଦେଇ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ସି ଆର୍ ସି ସି ଓ ଆଡପଡା ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ