ବରୀ(ରତ୍ନଗିରି ନ୍ୟୁଜ) – ବରୀ ବ୍ଲକ୍ ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସଂକ୍ରାନ୍ତ ଏକ ବ୍ଲକ୍ ସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଶିବାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ରଶ୍ମିରେଖା ପ୍ରଧାନ ମନରେଗା ଯୋଜନା କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ସାମାଜିକ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ୨୦୨୦-୨୧ ଆର୍ôଥକ ବର୍ଷରେ ବ୍ଲକ୍ର ଶ୍ରମିକ ବ୍ୟୟ ଅଟକଳ ଧାର୍ଯ୍ୟ ଲକ୍ଷ ଠାରୁ ୨୧% ଅଧିକା ଥିବା ଜଣାପଡିଛି । ଏହି ବର୍ଷ ୯୫୩୭ ପରିବାରର ୧୫ହଜାର ୪ ଶହ ୭୬ ଲୋକଙ୍କୁ ୩ଲକ୍ଷ ୬୮ ହଜାର ୩ ଶହ ୮୮ ଦିନର କାମ ଯୋଗାଇ ଦିଆଯାଇଛି । ଏ ବାବଦକୁ ୨୦୨୦-୨୧ ବର୍ଷରେ ୧୧କୋଟି ୨୧ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସାମାଜିକ ସମୀକ୍ଷା ବୈଠକରେ ଜଣାପଡିଛି । ଏହି ସମୟ ମଧ୍ୟରେ ୩ଶହ ୪୮ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବାବେଳେ ୧୫ ଶହ ୧୮ଟି ପ୍ରକଳ୍ପ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦିପ ଦାସ, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ, ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲିପ କୁମାର ମହାନ୍ତି, ସନ୍ତୋଷ କୁମାର ସାମଲ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବ୍ଲକ୍ ବିତ ଅଧିକାରୀ ରାଧାଶ୍ୟାମ ରାଉତ, ଜିପିଇଓ ଲକ୍ଷ୍ମିକାନ୍ତ ମହାରଣା, ସହକାରୀ ଯନ୍ତ୍ରୀ ନେହୁର ବେହେରା, କନିଷ୍ଠଯନ୍ତ୍ରୀ ବିଳ୍ପବ ପରିଜା, ସରୋଜ ପଣ୍ଡା, ଆଲୋକ ନାୟକ, ମୋନାଲିସା ସେଠୀ, ତନୁଶ୍ରୀ ସାମଲ, ଏପିଓ ରବିନାରାୟଣ ସାହୁ, ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା, ଜନ ଶୁଣାଣୀ କମିଟିର ସମସ୍ତ ସଦସ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ, ଭିଆରପିମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।