ପାଟକୁରା(ରତ୍ନଗିରି ନ୍ୟୁଜ) : ପାଟକୁରା ମହିଳା ବିଜୁଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ଗରଦପୁର ବ୍ଲକ କଳାବୁଦା ପଞ୍ଚାୟତର ମହାଲକ୍ଷ୍ମୀ କଲ୍ୟାଣ ମଣ୍ଡପ ପରିସରରେ ଯୁବନେତା ରଶ୍ମିରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ତଥା ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଯୋଗଦେଇ ଆନୁଷ୍ଠାନିକ ଭାବେ ବିଜୁବାବୁଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ମହିଳା ମାନଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ନେଇ ମାଆ କୁ ସମ୍ମାନ ଗାଁ କୁ କାମ ନାରା ଦେବାସହ ମହିଳା ମାନଙ୍କ ପାଇ ବିଭିନ୍ନ କ୍ଷେତ୍ରରେ 50 ଭାଗ ସ୍ଥାନ ସଂରକ୍ଷଣ କରିଥିଲେ ବୋଲି କହିଥିଲେ । ଆଜି ତାଙ୍କର ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାଆ ମାନଙ୍କୁ ରାସନ କାର୍ଡ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ କ୍ଷେତ୍ରରେ ସବୁଠୁ ଆଗରେ ରଖିଛନ୍ତି ବୋଲି କହିଥିଲେ ।ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ସଭାନେତ୍ରୀ ରୋଷ୍ନା ସାହୁ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ , ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ମହିଳା ସଦସ୍ୟା ମଞ୍ଜୁଵାଳା ଜେନା , ଡେରାବିଶ ବ୍ଲକ ମହିଳା ସଭାନେତ୍ରୀ ତୃପ୍ତିମୟୀ କର , କଳାବୁଦା ସରପଂଚ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାସ , ସମିତି ସଭ୍ୟା ମହେଶ୍ୱେତା ସାମଲ , ନଅ ନମ୍ବର ଜିଲ୍ଲା ପରିଷଦ ଏଲିଜା ସ୍ୱାଇଁ , ନମ୍ବର ଜିଲ୍ଲାପରିଷଦ ସତ୍ୟାନନ୍ଦ ରାଉତ , ପ୍ରମୋଦ ରଥ , ଅରବିନ୍ଦ ମଲ୍ଲିକ , ଡେରାବିଶ ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ , ଗରଦପୁର ବ୍ଲକ ସଭାପତି ଶଶାଙ୍କ ପରିଡ଼ା , ଜିଲ୍ଲା ବିଜେଡି ଉପସଭାପତି ସୁମନ୍ତ ରାଉତ ରାୟ , ମନିଦ୍ର ରଥ , ନାରୀନେତ୍ରୀ ରାଜଲକ୍ଷ୍ମୀ ରାଉତ ରାୟ , ସରପଂଚ ଅମିୟ ଜେନା , ମାନସ ରାଉତ , ରାମଚନ୍ଦ୍ର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଉମେଶ ମହାରଣା ଙ୍କ ସମେତ ବହୁ ସଭ୍ୟ , ସରପଂଚ , ଜିଲ୍ଲାପରିଷଦ ମହିଳା ସ୍ୱୟଂ ସହାୟିକା ଗୋଷ୍ଟିର ସଦସ୍ୟା ମାନେ ଉପସ୍ଥିତ ଥିଲେ ।ଆଜିର କାର୍ଯ୍ୟକ୍ରମକୁ ଦୀପକ ମହାପାତ୍ର , ପବିତ୍ର ପାଣି , ବଳରାମ ଦାସ , ବିଜ୍ଞାନୀ ରତନ ସୁତାର , ରମାକାନ୍ତ ମଲ୍ଲିକ ପରିଚାଳନା କରିଥିଲେ
Related Stories
December 1, 2024
November 25, 2024