ଯାଜପୁର(ରତ୍ନଗିରି ନ୍ୟୁଜ) :- ଆଜି ବରି ବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତ ଗହପାଳ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ର ପରିସରରେ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଏହି ଗ୍ରାମର ଯୁବ ଡାକ୍ତର ଜିନତ ଦାସ , ଅବସର ପ୍ରାପ୍ତ ସେନାକର୍ମଚାରି ଅନନ୍ତ ଦାସ ଓ ମହେଶ୍ୱର ମହାନ୍ତି, ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲା ସଭାପତି ହରିହର ସ୍ବାଇଁ ଯୋଗ ଦେଇ ଶତାଧିକ ପରିବାରକୁ କମ୍ବଳ ବଣ୍ଟନ କରିଥିଲେ , ଡା .ଦାସ ସମସ୍ତଙ୍କୁ କରୋନା କଟକଣା ମାନି ଚଳିବାକୁ ପରାମର୍ଶ ଦେବା ସହ ସେ ସଦା ସର୍ବଦା ଲୋକଙ୍କ ସହିତ ଅଛନ୍ତି ବୋଲି କହିଥିଲେ , ଆଗାମି ଦିନରେ ସେ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ କ୍ୟାମ୍ପ କରି ଗରିବ ରୋଗୀ ମାନଙ୍କ ସେବା କରିବା କଥା କହିଛନ୍ତି । ସୂଚନା ଅନୁଯାୟୀ ଡା.ଦାସ ପୂର୍ବରୁ ବରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ସେବା ପ୍ରଦାନ କରି ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କୁ କେୟାର ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ମହେଶ୍ୱର ମହାନ୍ତି ସଂଯୋଜନା କରିଥିବା ବେଳେ ଅଟିରା ପଞ୍ଚାୟତରୁ ସରୋଜ ଦାସ , ସଚିଦାନନ୍ଦ ଦାସ , ଗୌରବ ଦାସ , ଜନ୍ମେଜୟ ଦାସ , ସୁଶାନ୍ତ ବିଶ୍ୱାଳ , ସଞ୍ଜୟ ଦାସ ସୁକଦେବ ପାତ୍ର ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।
ପରେ ପରେ ବରି ଦରଘା ସ୍ଥିତ ଚିନ୍ତା ସାହିରେ ଘର ପୋଡିରେ ସର୍ବସ୍ୱ ହରାଇଥିବା ଚାରି ପରିବାରକୁ କମ୍ବଳ ସହ ଶୁଖିଲା ଖାଦ୍ୟ କେୟାର ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି ସମୟରେ ଏହି ଅଞ୍ଚଳର ସାମଜିକ କର୍ମୀ ଶ୍ରୀ ଶିବ ଦାସ ପହଁଚି ସମସ୍ତ ସ୍ବେଛାସେବୀ ଓ ଡାକ୍ତର ଦାସ ଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।
କେୟାର ସଂସ୍ଥା ବିଭିନ ସମୟରେ ସମାଜରେ ସାମାଜିକ କାର୍ଯ୍ୟ କରିଥାଏ ଓ ଏହି କାର୍ଯ୍ୟ ଆଗାମୀ ଦିନରେ ବ୍ୟାପକ କରାଯିବା କଥା ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।