ପରିବାର ଭାଗ କରୁଛି ବିଜେପି : ବିଶ୍ବରଂଜନ ମଲିକ

ବରୀ ,(ରତ୍ନଗିରି ନ୍ୟୁଜ) : ବିଶ୍ୱର ଅଧିକାଂଶ ମହାମନିଷୀ ମାନଙ୍କର ଜନ୍ମ ଅଖ୍ୟାତ ପଲ୍ଲୀ ଅଞ୍ଚଳରେ ହୋଇଛି । ସେହି ପଲ୍ଲୀ ଅଞ୍ଚଳରୁ ହିଁ ବିଶ୍ୱର ବିକାଶ ପାଇଁ ସେମାନେ ସ୍ୱପ୍ନ ଦେଖିଥାନ୍ତି । ଠିକ୍ ସେମିତି ଜଣେ ମହାନ୍ ବ୍ୟକ୍ତି ଥିଲେ ଭାରତରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକର । ଯାହାଙ୍କ ତ୍ୟାଗ ନିଷ୍ଠ ସମର୍ପଣ ହିଁ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚୟ ଦେଇଛି ବୋଲି ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆ ଗ୍ରାମପଞ୍ଚାୟତ ହାଟ ପଡିଆଠାରେ ଆୟୋଜିତ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରକାଶ କରିଛନ୍ତି ।


ଅନ୍ୟତମ ଅତିଥିଭାବେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ୍ ଯୋଗ ଦେଇ କହିଲେ ଯେ ସମ୍ବିଧାନ ପ୍ରଣେତା ସମଗ୍ର ଭାରତୀୟଙ୍କୁ ଜାତି,ଧର୍ମ, ବର୍ଣ୍ଣ ନିର୍ବିଃଶେଷରେ ଏକ କରିବା ପାଇଁ ଯେଉଁ ଚେଷ୍ଟା କରି ଗୌରବ ଆଣିଥିଲେ ତାହାକୁ ବିଜେପି ସରକାର ନଷ୍ଟ କରି ଦେବାକୁ ବସିଛି । ଭାଇଭାଇ, ପରିବାରପରିବାର ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ବିଜେପି ଯେଉଁ ଉଦ୍ୟମ ଆରମ୍ଭ କରିଛି ତାହାକୁ ଭାରତୀୟମାନେ ଆଗାମୀ ଦିନରେ ପ୍ରତ୍ୟାଖାନ କରିବେ ବୋଲି ବିଧାୟକ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ମୁଖ୍ୟବକ୍ତାଭାବେ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଦେବ ପ୍ରସାଦ ସାମଲ ଯୋଗ ଦେଇ ଡଃ ଆମ୍ବେଦକର ଗଣତନ୍ତ୍ରର ପ୍ରତୀକ ବୋଲି କହିଥିଲେ ।


ବିଜୁ ଜନତା ଦଳ ବରୀ ପକ୍ଷରୁ ଆୟୋଜିତ ୧୩୫ତମ ଜନ୍ମ ଜୟନ୍ତୀ ସଭାରେ ବ୍ଲକ୍ ବିଜେଡି ସଭାପତି କେଦାର ସାମଲ ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥିଭାବେ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ସନ୍ତୋଷ କୁମାର ସାମଲ, ବାଲିଆ ସରପଞ୍ଚ ରେବତୀ ଜେନା, ସମିତିସଭ୍ୟା ମାନସୀ ଦାସ, ସରପଞ୍ଚ ସଙ୍ଘ ସଭାପତି ପ୍ରସନ୍ନ ସାମଲ, ଯୁବନେତା ବୁଲୁ ଯାଦବ, ପୁର୍ବତନ ସରପଞ୍ଚ ସମିର ମଲିକ ପ୍ରମୁଖ ଯୋଗ ଦେଇଥିଲେ । ଦଳିତ ନେତା ଅଭିମନ୍ୟୁ ମଲିକ, ଦୁର୍ଯ୍ୟୋଧନ ଦଳାଇ ପ୍ରମୁଖ ନିଜ ବକ୍ତବ୍ୟରେ ଦେଶ ପାଇଁ ଆମ୍ବେଦକରଙ୍କ ଅବଦାନ ପ୍ରକାଶ କରିଥିଲେ । ବରୀର ଆମ୍ବେଦକର ବିକାଶ ପରିଷଦ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକଙ୍କ ସମେତ ମଞ୍ଚାସିନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଦଳିତ ନେତା ଅଜୟ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *