ବରୀ୨୩/୧୧( ରତ୍ନଗିରି ନ୍ୟୁଜ): ରାଜ୍ୟ ସରକାରଙ୍କ ପାଇଁ ରାଜ୍ୟରେ ଦୁର୍ନୀତି ବେଭିଚାର ଓ ଭ୍ରଷ୍ଟାଚାର ଦିନକୁ ଦିନ ବଢିବାରେ ଲାଗିଛି । ଅନୁରୁପ ଭାବେ ବରୀ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଏଠି ଶାସକ ଦଳ ଓ ଶାସନ କଳ ମିଳିତ ସହଭାଗିତାରେ ଦୁର୍ନିତି ଓ ଭ୍ରଷ୍ଟାଚାର ବଢି ଚାଲିଛି ବୋଲି ବରୀ ବିଜେପି ପକ୍ଷରୁ ଦୁର୍ନିତି ଓ ଭ୍ରଷ୍ଟାଚାର ବିରୋଧରେ ଅନୁଷ୍ଟିତ ଜନ ଅକ୍ରୋଶ ଶୋଭାଯାତ୍ରାରେ ଯୋଗଦେଇ ବିଜେପି ନେତୃମଣ୍ଡଳୀମାନେ ମତବ୍ୟକ୍ତ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ବରୀ ବ୍ଲକର ବିଜେପି ନେତା ଆଶୁତୋଷ ପରିଡ଼ା ଓ ଉମେଶ ଜେନାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ରାମେଶ୍ୱର ମନ୍ଦିର ଠାରୁ ବାହାରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଦୁର୍ନୀତି ଓ ଭ୍ରଷ୍ଠାଚାର ବିରୁଦ୍ଧରେ ବ୍ଲକ ଘେରାଉ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବରୀ ବିଡ଼ିଓ ପଂଚାନନ ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିବାଦ ସଭାରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ପୂର୍ବତନ ଉପ ସଭାପତି ଆଶୁତୋଷ ପରିଡ଼ା, ବିଜେପି ନେତା ଉମେଶ ଜେନା, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଭ୍ୟ ଡ଼ ରବୀନ୍ଦ୍ର ବେହେରା, ନାରୀ ନେତ୍ରୀ ମମତା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ଜେନା, ରାଜୁ ପରିଡ଼ା ପ୍ରମୁଖ ଯୋଗଦେଇ ବରୀ ବ୍ଲକ ଏବେ ବ୍ଲାକରେ ପରିଣତ ହୋଇଛି, ଏଠାରେ ତୋର ଅଧେ କୁ ମୋର ଅଧେ ସିଷ୍ଟମ ଚାଲିଛି । ବରୀ ବ୍ଲକରେ ଦିନକୁ ଦିନ ବଢ଼ୁଥିବା ଦୁର୍ନୀତି ତଥା ୧୮% ରୁ ୩୦% ପର୍ଯ୍ୟନ୍ତ ପିସି କାରବାର, ବେଆଇନ ଭାବେ ମନରେଗା କାର୍ଯ୍ୟରେ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଭଳି ଅନେକ ଜନବିରୋଧୀ କାର୍ଯ୍ୟ ହେଉଥିବା କହିଥିଲେ ।
ଏଥି ସହ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିଥିବା, ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ଯୋଗୁଁ ରୋଗୀ ସେବା ଠପ୍ ହୋଇଯିବା, ବିଦ୍ୟାଳୟମାନଙ୍କରେ ଆବଶ୍ୟକୀୟ ଶିକ୍ଷକ ନଥୁବାରୁ ଗରିବ ଲୋକଙ୍କ ପିଲା ମାନେ ଠିକ୍ ଭାବେ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି । ଏଭଳି ସରକାରଙ୍କୁ ହଟାଇବାର ନିତାନ୍ତ ଜରୁରୀ ବୋଲି କହିଥିଲେ । ଏଠାରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦିଙ୍କ ସରକାର ହଜାର ହଜାର କୋଟି ଟଙ୍କାର ବ୍ୟୟ ଅଟକଳରେ ଶିଳ୍ପ ଅଭିବୃଦ୍ଧି କରାଇ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସ୍ଥାନୀୟ ରାଜନେତା ଏବଂ ରାଜ୍ୟ ସରକାର ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଅସମର୍ଥ ହୋଇଛନ୍ତି ବୋଲି ବିଜେପି ନେତା ମାନେ ଆଜିର ଜନ ଆକ୍ରୋଶ ସଭାରେ ନିଜର ବକ୍ତବ୍ୟ ରଖିଥିଲେ । ଯଦି ଏଥିରେ ସୁଦ୍ଧାର ନଆସେ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରରୂପ ନେବ ବୋଲି ଉପସ୍ଥିତ ନେତା ମାନେ ଚେତାବନୀ ଦେଇ କହିଥିଲେ ।