ବରୀ,୧୩/୧୦(ରତ୍ନଗିରି ନ୍ୟୁଜ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରଷାରେ ଆମର ପ୍ରିୟ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ ଓ ମନ୍ତ୍ରୀ ସ୍ୱର୍ଗତ କଳ୍ପତରୁ ଦାସଙ୍କ ସୁପୁତ୍ର ପ୍ରଣବ ବଳବନ୍ତ ରାୟଙ୍କ ନିର୍ବାଚନ ମଣ୍ଡଳୀରୁ ଅଲଗା ହୋଇ ବରୀରେ ମିଶିଲୁ । ସେତେବେଳେ ଯାଜପୁର ବିଧାୟକ ତଥା ବିଜେଡିର ପ୍ରମୁଖ କାର୍ଯ୍ୟକର୍ତ୍ତା ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଆମ ସହିତ ସୁଖଦୁଃଖରେ ଭଲ ମନ୍ଦରେ ରହିବେ ବୋଲି ପ୍ରତିଶୃତି ଦେଇଥିଲେ । ତାଙ୍କ ପ୍ରତିଶୃତିକୁ ରକ୍ଷା କରିବାକୁ ଯାଇ ରସୁଲପୁର ବ୍ଲକ୍ର ୧୦ ଗୋଟି ପଞ୍ଚାୟତ ଯାହା ବରୀ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା ସେହି ସବୁ ପଞ୍ଚାୟତରୁ ଗତ ବିଧାନସଭା ନିର୍ବାଚନରେ ଦଳର ବିଧାୟିକା ପ୍ରାଥୀ ସୁନନ୍ଦା ଦାସଙ୍କୁ ବିରୋଧି ପ୍ରାଥୀଙ୍କ ଠାରୁ ୭୦୦୦ରୁ ଅଧିକ ଭୋଟ ଦେଇ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲୁ । ଏହା ବୋଧ ହୁଏ ଆମ ୧୦ଟି ପଞ୍ଚାୟତ ପାଇଁ ଅଭିଶାପ ପାଲଟିଗଲା । ଦଳୀୟକର୍ମୀମାନଙ୍କୁ ଅଣଦେଖା କରି ଦଲାଲମାନଙ୍କ କଥାରେ ରସୁଲପୁର ଅଞ୍ଚଳରେ ବିଧାୟିକା ଶ୍ରୀମତୀ ଦାସ ଓ ତାଙ୍କ ସ୍ୱାମୀ କାମ ବିକି ଅର୍ଥ ଆଦାୟ କରିବା ଆଳରେ ପୁରୁଣା କର୍ମୀମାନଙ୍କୁ ଅଣଦେଖା କଲେ । ଯେଉଁ ଭୋଟ ଦେଇ ଆମେ ବିଧାୟିକାଙ୍କୁ ବିଜୟୀ କରାଇଥିଲୁ ଦାରକାର ପଡିଲେ ରାଜରାସ୍ତାରେ ଠିଆ କରାଇଦେବୁ ବୋଲି ରସୁଲପୁର ବ୍ଲକ୍ର ୧୦ଗୋଟି ପଞ୍ଚାୟତରୁ ବିଜେଡିର ଅସନ୍ତୁଷ୍ଟ କର୍ମୀ ସମାବେଶରେ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ପ୍ରକାଶ କରିଛନ୍ତି ।
ରସୁଲପୁର ବ୍ଲକ୍ ଅର୍ନ୍ତଗତ ଅର୍ଥଙ୍ଗା ପଞ୍ଚାୟତର ଅଳପୁଆ ହନୁମାନ ମନ୍ଦିର ପରିସରରେଠାରେ ବରୀ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ୧୦ଗୋଟି ପଞ୍ଚାୟତର ଅସନ୍ତୁଷ୍ଟ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ପ୍ରଦିପ ଦାସଙ୍କ ସଭାପତିତ୍ୱରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଦଳୀୟ କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ବିଧାୟିକାଙ୍କ ବିରୋଧରେ ଖୋଲାଖୋଲି କଟୁ ସମାଲୋଚନା କରିବା ସହ ଦଳରୁ ବହିଷ୍କାର କରିବା ପାଇଁ ବହୁ ଦଳୀୟ ନେତା ଓ କର୍ମୀ ଦାବି କରିଥିଲେ ।
ଗତଥର ବିଜେପିର ବିଧାୟକ ପ୍ରାଥୀ ହୋଇଥିବା ବିଶ୍ୱ ରଂଜନ ମଲ୍ଲିକ ବିଜେପି ଛାଡି ସୁନନ୍ଦା ଦାସଙ୍କ ଉପସ୍ଥିତ ରେ ବିଜୁ ଜନତା ଦଳ ରେ ସାମିଲ ହେଲେ କିନ୍ତୁ ଆଜି ଯାଏଁ ସେମାନଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଏକାଠି ହେବାର ଦେଖାଗଲା ନାହିଁ । ତେଣୁ ବିଧାୟିକା କେଉଁ ଭଳି ଭାବରେ କାର୍ଯ୍ୟ କରୁଛନ୍ତି ତାହା କାହାରିକୁ ଅଛପା ନାହିଁ ବୋଲି ନିଜ ପ୍ରତିକ୍ରିୟାରେ ଅତଲାପୁରର ପୂର୍ବତନ ସରପଞ୍ଚ ପ୍ରଫୁଲ ସାହୁ, ସାମନ୍ତରାପୁର କୃଷି ସମବାୟ ସମିତିର ସଭାପତି ବିଦ୍ୟାଧର କରଣ, ରାଜେନ୍ଦ୍ରପୁରର ପୂର୍ବତନ ସରପଞ୍ଚ ସୁଶାନ୍ତ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି ।
ଏହି କର୍ମୀ ସମାବେଶରେ ଦଶଗୋଟି ପଞ୍ଚାୟତରୁ ବରୀ ବିଧାୟିକା ସୁନନ୍ଦା ଦାସ ଓ ବିଜେଡି ନେତା ବିଶ୍ୱ ରଂଜନ ମଲିକଙ୍କୁ ବିରୋଧ କରୁଥିବା ସାମନ୍ତରାପୁର ପଂଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ମହାଳିକ, ଯୁବ ନେତା ସେକ୍ ନମାଜୀ, ମଙ୍ଗରାଜପୁରର ପୂର୍ବତନ ସରପଞ୍ଚ ରଘୁନାଥ ଓଝା, ଯୁବ ନେତା ବିଚିତ୍ର ଓଝା, ଚିତ୍ତରଂଜନ ମହାନ୍ତି, ଅଶୋକ ଜେନା, ମାଗୁଣି ମହାଳିକ, ନିର୍ମଳ ନାୟକ, ରାମଚନ୍ଦ୍ର ବେହେରା, ଧନେଶ୍ୱର ଦଳେଇ, ଅଜଲାଲ୍ ଉଦ୍ଦିନ୍, ସୁନାକର ରାଉତ, ସୁଶାନ୍ତ ସାହୁ, ମାନସ ବାରକି, ଅନନ୍ତ ମହାରଣା, କାର୍ତ୍ତିକ ଓଝା, ସନାତନ ପାଢୀ ଓ ପ୍ରକାଶ ଦାସଙ୍କ ସମତେ ଶତାଧିକ କର୍ମୀ ଏକତ୍ରିତ ହୋଇ ଉଭୟ ସୁନନ୍ଦା ଓ ବିଶ୍ୱଙ୍କୁ ଖୋଲା ଖୋଲି ସମାଲୋଚନା କରିଥିଲେ । ଶେଷରେ ବିଜେଡି ନେତା ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ବରୀରୁ ସନ୍ତୋଷ କୁମାର ରାଉତ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ
Related Stories
November 3, 2024
November 3, 2024