ବରୀ(ରତ୍ନଗିରି ନ୍ୟୁଜ) : ଯେଉଁ ଭରଷା ବିଶ୍ୱାସ ରଖି ଲୋକେ ଜନପ୍ରତିନିଧିଭାବେ ସେମାନଙ୍କ ସେବା କରିବା ପାଇଁ ନିର୍ବାଚିତ କରି ସୁଯୋଗ ଦେଇଛନ୍ତି, ସେ ସୁଯୋଗର ସଦୁପଯୋଗ କରିବା ପାଇଁ ଯତ୍ନବାନ ହେବା ଜରୁରୀ । ନିଜ ନିଜ ପଞ୍ଚାୟତକୁ ଦୃର୍ନିତୀ ମୁକ୍ତ କରିବା ସହ ଜଣେ ଦକ୍ଷ ସେବକ ହୋଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନିଅନ୍ତୁ ବୋଲି ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି ।
ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ପଞ୍ଚାୟତର ନାଥପୁର କେନ୍ଦୁଆଠାରେ ବରୀ ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ ବିଶାଳ ସମ୍ବର୍ଦ୍ଧନା ସଭା ବରୀ ବ୍ଲକ୍ ବିଜେଡି ସଭାପତି କେଦାର ସାମଲଙ୍କ ସଭାପତିତ୍ୱରେ ଓଁକାର ମଣ୍ଡପ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରୀ ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଯେନା, ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଯାଜପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ା, ଉପାଧ୍ୟକ୍ଷ କମଳ କୁମାର ମଲିକ, ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଉପାଧ୍ୟକ୍ଷା ଜୟନ୍ତୀ ଦାସ, ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ବ୍ଲକ୍ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବିନୋଦ ମାଝି, ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ଶଶୀରେଖା ପୃଷ୍ଟି, ବରୀ ବିଜେଡି ମହିଳାମୋର୍ଚ୍ଚା ସଭାନେତ୍ରୀ ଜ୍ୟୋସ୍ନାରାଣୀ ନାଥଶର୍ମା, ଜିଲ୍ଲା ବିଜେଡି ଉପସଭାପତି ଅର୍ତ୍ତବନ୍ଧୁ ସାମଲ, ସମାଜସେବୀ ଅରବିନ୍ଦ ମହାନ୍ତି, ବରୀ ବ୍ଲକ୍ ବିଜେଡି ଯୁବ ସଭାପତି ରଂଜନ କୁମାର ପଣ୍ଡା, ସମିତି ସଭ୍ୟ ସଞ୍ଜିବ ଜେନା, ଶ୍ରୀଧର ସେଠୀ, ଜ୍ୟୋର୍ତିମୟୀ ବେହେରା, ମାନସୀ ଦାସ, ଚିନ୍ତାମଣୀ ଜେନା, ନିର୍ଝରିଣୀ ସାମଲ, କାବେରୀ ମାଝି, ନିର୍ମଳ ସାମଲ, ସରପଞ୍ଚ କୁନା ମଲିକ, ମମତା ଦାସ, ରେବତୀ ଜେନା, ଗଣେଷ ଚନ୍ଦ୍ର ମହାକୁଡ, ଦୁଷ୍ମନ୍ତ ସେଠୀ, ଶଙ୍କର୍ଷଣ ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଅଯୋଧ୍ୟା ଜେନାଙ୍କ ସମେତ ବରୀ ନିର୍ବାଚନ ମଣ୍ଡଳୀର ବହୁ ନବନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ଯୋଗଦେଇଥିଲେ ।
ସମ୍ବର୍ଦ୍ଧନା ସଭାରେ ରାଜ୍ୟ ବିଜେପିର ଯୁବ କାର୍ଯ୍ୟକର୍ତ୍ତା ପ୍ରିୟବ୍ରତ ଜେନା ଆନୁଷ୍ଠାନିକ ଭାବେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ ଭଲ ପାଇବା ସାଙ୍ଗକୁ ବିଧାୟିକା ଶ୍ରୀମତି ଦାସ ଓ ବିଜେଡି ସଂଯୋଜକ ଶ୍ରୀ ଦାସଙ୍କ କାର୍ଯ୍ୟଦକ୍ଷତାକୁ ପସନ୍ଦ କରି ବିଜେଡିରେ ଯୋଗ ଦେଇଥିବା କଥା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ବିଜେଡି ଉପସଭାପତି ଅର୍ତ୍ତବନ୍ଧୁ ସାମଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଶିଶୁ କଳାକାରମାନେ ଲୋକ ପ୍ରିୟ ନବୀନ ନବୀନ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ବରୀ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋସ୍ନାରାଣୀ ନାଥଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।