ବରୀ (ରତ୍ନଗିରି ନ୍ୟୁଜ) :- ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗମୁ ପଞ୍ଚାୟତରେ ବରୀ ବିଜେଡି ତରଫରୁ ଏକ ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପୁର୍ବତନ ସରପଞ୍ଚ ତଥା ପଞ୍ଚାୟତ ବିଜୁ ଜନତା ଦଳର ବରିଷ୍ଠ ନେତା ହେମନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନ କିପରି ସଫଳତା ଲାଭ କରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରି ବିଜେଡ଼ିକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ I ଏହି ମିଶ୍ରଣ ପର୍ବରେ 30ରୁ ଉର୍ଦ୍ଧ କର୍ମୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥଲେ I ଉକ୍ତ କର୍ମୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା I ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରୀ ବିଜେଡ଼ି ସଂଯୋଜକ ଦେବେନ୍ଦ୍ର କୁମାର ଦାସ, ବିଜେଡି ସଭାପତି କେଦାରନାଥ ସାମଲ, ଯୁବ ବିଜେଡି ସଭାପତି ଅଶୋକ କୁମାର ସାମଲ, ଗମୁ ସରପଂଚ ଝୁନା ରାଣୀ ସେଠୀ, କଳାମାଟିଆ ପଞ୍ଚାୟତ ସରପଂଚ ସମୀର୍ ମଲିକ,ବରୀ ପଞ୍ଚାୟତ ସରପଞ୍ଚ ରମାକାନ୍ତ ମଲିକ ପ୍ରମୁଖ ସଭାରେ ଯୋଗଦେଇଥିଲେ।
Related Stories
December 9, 2024
December 1, 2024