ମୟୁରଭଂଜ(ରତ୍ନଗିରି ନ୍ୟୁଜ) : ଦୀର୍ଘ ବର୍ଷର ଅପେକ୍ଷା ପରେ ବାରିପଦା ଆଜି ନୂତନ ପୌରାଧକ୍ଷ ଚୟନ କରିଛି।ଆଜି ସକାଳୁ ବାରିପଦା କଲେଜରେ ଗଣତି ଆରମ୍ଭ ହେବାପରେ ଫଳା ଫଳ ଆସିବାକୁ ଲାଗିଥିଲା।ବାରିପଦା ପୌର ପରିଷଦ ରେ 28 ଟି ୱାର୍ଡ ଥିବାବେଳେ 27 ଟି ୱାର୍ଡ ର ଫଳାଫଳ ଆସିଯାଇଛି।27 ଟି ୱାର୍ଡ ମଧ୍ୟରୁ 22 ଟି ୱାର୍ଡ ରେ ବିଜେଡି,3 ଟି ରେ ବିଜେପି,2ଟି ୱାର୍ଡ ରେ ସ୍ୱାଧୀନ ପ୍ରାଥୀ ଜିତିଥିବାବେଳେ,17 ନୋ ୱାର୍ଡ ର ଇଭିଏମ୍ ମେସିନ ଖରାପ କାରଣ ରୁ ଗଣତି ହେଇପାରିନାହିଁ।
ଅନ୍ୟପଟେ ପୌରାଧକ୍ଷ ପ୍ରାଥୀ ପାଇଁ ଗଣନା ଚାଲିଥିବାବେଳେ ପ୍ରଥମ 10 ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା।ହେଲେ ଶେଷ କିଛି ରାଉଣ୍ଡ ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେ଼ଇ ହେଇଥିଲା।ଶେଷରେ ବିଜେଡି ପୌରାଧକ୍ଷ ପ୍ରାଥୀ କୃଷ୍ନାନନ୍ଦ ମହାନ୍ତି 21306 ଖଣ୍ଡ ଭୋଟ ପାଇଥିବାବେଳେ,ବିଜେପି ର କବି ବିଷ୍ଣୁ ଶତପଥି 12662 ଟି ଭୋଟ ପାଇଥିବାବେଳେ,କଂଗ୍ରେସ ର ଯୋଗେଶ ଅଗ୍ରୱାଲ12132 ଟି ଭୋଟ ପାଇଥିଲେ।ଶେଷ ରେ ବିଜେଡି ପ୍ରାଥୀ କୃଷ୍ନାନନ୍ଦ ମହାନ୍ତି ନିଜର ନିକଟ ତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାଥୀ ଙ୍କୁ 8644 ଟି ଭୋଟ ରେ ପରାସ୍ତ କରି ବାରିପଦା ପୌରପରିସ ଦ ଅଧକ୍ଷ ପଦ ହାତେଇ ଛନ୍ତି।ଏ ନେଇ ବିଜେଡି କାର୍ଯ୍ୟାଳୟ ରେ ଖୁସି ର ମାହାଲ ଦେଖିବାକୁ ମିଳିଛି