ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) :-ଚଳିତ ବର୍ଷର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଞ୍ଜିଳି ବ୍ଳକରେ ଗଣତିକକ୍ଷରେ ଜୋନ ସ୍ତରୀୟ ୩ଜୋନର ଜିଲ୍ଲା ପରିଷଦ ଆସନ ଫଳାଫଳ ଘୋଷଣା ହୋଇଯାଇଛି । ଏହି ପ୍ରକ୍ରିୟା ସକାଳ ୮ଟା ଠାରୁ ଆରମ୍ଭ ହୋଇଛି । ହିଞ୍ଜିଳି ବ୍ଳକ ଗଣତିକକ୍ଷରେ ୩ଟି ପର୍ଯ୍ୟାୟର ୬୭, ୬୮ ,୬୮ନଂ ଜୋନ ଅଧିନସ୍ଥ ପଞ୍ଚାୟତରୁ ଭୋଟ ଗଣତି ପ୍ରକ୍ରିୟା ସକାଳ୮ଟା ଠାରୁ ଆରମ୍ଭ ହୋଇ ଶନିବାର ,ରବିବାର ଏବଂ ସୋମବାର ଦିନ ସୁଦ୍ଧା ସରପଞ୍ଚ ସମିତିସଭ୍ଯ ସଭ୍ଯା ଓ ଓ୍ବାର୍ଡ ସଭ୍ଯ ବିଜୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ୬୭ ନଂ ଜୋନ ଜିଲ୍ଳା ପରିଷଦ ଆସନ ସକାଶେ ବାଇ ଗୀତାଞ୍ଜଳି ୧୧ ୬୮୦ ଖଣ୍ଡ ଭୋଟ , ୬୮ ନଂ ଜୋନ ଜିଲ୍ଲା ପରିଷଦ ଆସନ ସକାଶେ ଏଳା ସୁଦର୍ଶନ ୧୪,୧୩୧ ଖଣ୍ଡ ଭୋଟ ଓ ୬୯ ନଂ ଜୋନ ଜିଲ୍ଲା ପରିଷଦ ଆସନ ସକାଶେ ପ୍ରିତି ସାହୁ ୧୪,୩୨୮ ବ୍ୟବଧାନରେ ବିଜୟୀ ହୋଇ ହିଞ୍ଜିଳି ନିର୍ବାଚନ ଅଧିକାରୀଙ୍କ ଠାରୁ ନିଜ ନିଜର ପ୍ରମାଣପତ୍ର ହାସଲ କରିଛନ୍ତି । ୬୭ ,୬୮ ଓ ୬୯ ଜୋନରୁ ୧୪୨୮ , ୧୬୧୨ ଓ ୧୪୨୩ ଖଣ୍ଡ ଭୋଟ କଂଗ୍ରେସ ଦଳୀୟ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ପାଇଛନ୍ତି । ସେହିଭଳି ୬୮୮୨ , ୪୫୫୭ ଓ ୩୭୯୨ ଖଣ୍ଡ ବିଜେପି ଦଳୀୟ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ପାଇଛନ୍ତି । ଆମ ଆଦମୀ ପାର୍ଟି ପ୍ରାର୍ଥୀ ଓ ପ୍ରାର୍ଥୀନୀ ୬୮ ନଂ ଓ ୬୯ ନଂ ଜୋନରୁ ୧୮୫ ଏବଂ ୧୮୫ ଖଣ୍ଡ ଭୋଟ ପାଇଛନ୍ତି । ସମାଜବାଦୀ ପାର୍ଟି ୬୭ନଂ ଜୋନରୁ ୨୯୪ ଖଣ୍ଡ ଭୋଟ ହାତେଇଛି । ମୋଟ ୨୬୫୫ ଟି ଭୋଟ ହିଞ୍ଜିଳି ୬୭,୬୮,୬୯ ନଂ ଜୋନରୁ ନାକଚ ଫଳାଫଳ ପ୍ରକାଶିତ ହୋଇଛି । ଭୋଟ ଗଣତି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଭୋଟ ଗଣତିକକ୍ଷରେ ନିୟୋଜିତ ଥିବା କର୍ମଚାରୀ/ଅଧିକାରୀ ଗଣନା କାର୍ଯ୍ୟର ସମସ୍ତ ପ୍ରକାର ବ୍ଯବସ୍ଥାର ସୁପରିଚାଳନା ପାଇଁ ହିଞ୍ଜିଳି ନିର୍ବାଚନ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ।
Related Stories
November 3, 2024
November 3, 2024