ବାଲେଶ୍ବର(ରତ୍ନଗିରି ନ୍ୟୁଜ)୨୧/୦୧ : ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୯ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ। ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସହ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ସରୂପ କୁମାର ଦାସ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉପସ୍ଥିତ ଥିଲେ ।
ବିଧାୟକ ଶ୍ରୀ ଦାସଙ୍କ କାର୍ଯ୍ୟାଳୟରେ ଆଜି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ଚାରି ଗୋଟି ଜିଲ୍ଲା ପରିଷଦ ଜୋନର ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆସିଥିବା ଦଳୀୟ ଟିକେଟ ପ୍ରଦାନ କରିଥିଲେ ଏବଂ ପରେ ସେମାନେ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କୁ ଦେଖା କରି ଆଶ୍ରିବାଦ ଲାଭ କରିଥିଲେ।
ପୂର୍ବରୁ ନାରାୟଣ ଚନ୍ଦ୍ର ପ୍ରଧାନ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷ ଥିଲେ ଏବଂ ତାଙ୍କର କାର୍ଯ୍ୟଶୈଳୀ ଏବଂ ବିକାଶମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୨୯ ନମ୍ବର ଜୋନର ଜିଲ୍ଲା ପରିଷଦର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଟିକେଟ ପ୍ରଦାନ କରିଛନ୍ତି।
ରିପୋର୍ଟ : ତ୍ରିଲୋଚନ ଉପାଧ୍ୟାୟ, ବାଲେଶ୍ୱର