କେନ୍ଦ୍ରାପଡ଼ା(ରତ୍ନଗିରି ନ୍ୟୁଜ): ଆଜି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆଳିର ଟାଣୁଆ ତଥା ଯୁବ ବିଜେଡି ନେତା ଭୀଷ୍ମ ମହାନ୍ତି । ଆଳିବ୍ଲକର ୨ ନମ୍ବର ଜିଲ୍ଲାପରିଷଦ ଜୋନ୍ ରୁ ଭୀଷ୍ମ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି ଦୂରରୁ ଭୀଷ୍ମ ଏକ ପଟୁଆରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ୧୯୯୦ ମସିହାରୁ ଅଣ କଂଗ୍ରେସ ଓ ଅଣବିଜେପି ରାଜନିତିରେ ରହିଥିବା ଭୀଷ୍ମ ଆଳି ବ୍ଲକରେ ଦୁଇଦୁଇଥର ଅଧ୍ୟକ୍ଷ ରହି ଆସିଥିବା ବେଳେ ତାଙ୍କ ପତ୍ନୀ ରଶ୍ମିତା ମହାନ୍ତିଙ୍କୁ ମଧ୍ୟ ଅଧ୍ୟକ୍ଷା କରାଇଥିଲେ । ତୃଣମୂଳ ସ୍ତରରୁ ଲୋକମାନଙ୍କ ସୁଖଦଃଖରେ ରହିଆସିଥିବା ଭୀଷ୍ମ ଆଜି ତାଙ୍କ ରାଜନିତୀର ପ୍ରଥମକରି ଦଳିୟ ସଂକେତରେ ଲଢିବାକୁ ଯାଉଛନ୍ତି । ଆଳି ଅଞ୍ଚଳରେ ବିଭିନ୍ନ ଉନ୍ନୟନ ଯୋଜନା ଓ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନକୁ ନେଇ ସେ ନିର୍ବାଚନ ଲଢି ଯିଣିବେ ବୋଲି ଦୂଢୋକ୍ତି କରିଛନ୍ତି । ବିଜେଡି ଦଳିୟ ଟିକେଟ ଆସିନଥିଲେ ମଧ୍ୟ ଭୀଷ୍ମ ବିଜେଡିର ବିନା ଟିକେଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଜାଞ୍ଚ ସମୟରେ ବିଜେଡି ଟିକେଟ୍ ନିର୍ବାଚନ ଅଧିକାରୀଙ୍କ ନିକଟରେ ସେ ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି । ଆଳିବ୍ଲକର ବାଟିପଡା, ଭୂଇଁପୁର, କଳସପୁର, ନିଆଳ, ନୂଆପଡା, ପଦିନୀପାଳ, ସାନମଙ୍ଗ ଓ ସହିରା ଆଦି ୮ ଟି ପଞ୍ଚାୟତକୁ ନେଇ ଏହି ୨ ନମ୍ବର ଜୋନ ଗଠନ କରାଯାଇଛି ।
କେନ୍ଦ୍ରାପଡ଼ାରୁ ଲିଙ୍ଗରାଜ କରଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ
Related Stories
December 9, 2024
December 1, 2024