ବରୀ(ରତ୍ନଗିରି ନ୍ୟୁଜ) ୧୫/୧୨: ଏମିତି କିଛି ଲୋକ ଅଛନ୍ତି ,ଯେଉଁ ମାନେ ନିଜ କଥା ଯେତିକି ଭାବି ନଥାନ୍ତି, ସମାଜର ଗରିବ, ଅବହେଳିତଙ୍କ କଥା ସେତିକି ଭାବିଥାନ୍ତି “ରକ୍ତ ଅଭାବରୁ କେହି ଜଣେ ମୃତ୍ୟୁ ବରଣ ନକରୁ” ନାରା ଦେଇ ରକ୍ତ ସଂଗ୍ରହ କରିବା ଅବହେଳିତ ମାନଙ୍କ ପାଖରେ ସବୁବେଳେ ଛିଡ଼ା ହୋଇଥିବା ବ୍ୟକ୍ତି ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ଯାଜପୁର ଜିଲ୍ଲା “ଜୀବନ ବିନ୍ଦୁ ଓ ଓଡ଼ିଶା ମୋ ପରିବାରର” ସଂଯୋଜକ ବିମଳ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟ୍ରଷ୍ଟର ୯ ବାର୍ଷିକ ଉତ୍ସବ ଓ ରକ୍ତଦାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନେକ ସମୟରେ ରକ୍ତ ଅଭାବ କାରଣରୁ ଅସମୟରେ ଜିବନ ଚାଲି ଯାଉଛି। ରକ୍ତ ପାଇଁ କାହାର ଯେମିତି ମୃତ୍ୟୁ ନ ହୁଏ ସେଥିପାଇଁ ରାଜ୍ୟ ମୂଖ୍ୟମନ୍ତ୍ରୀ ସବୁ ସମୟରେ ଗୁରୁତ୍ଵ ଦେଇ ଆସିଛନ୍ତି। ଠିକ ସେଇ ଲକ୍ଷ୍ୟରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କଳାମାଟିଆ ଠାରେ ପ୍ରତିଷ୍ଠା ହୋଇଥିବା ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ କାର୍ଯ୍ୟ କରୁଥିବାରୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ। ଶୁକ୍ରବାର ଦିନ ଟ୍ରଷ୍ଟର ୯ମ ବାର୍ଷିକ ଉତ୍ସବ ଏବଂ ରକ୍ତଦାନ ମହୋତ୍ସବ କଳାମାଟିଆ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀକାନ୍ତ କୁମାର ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଦେବ ପ୍ରସାଦ ସାମଲ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ କେଦାର ସାମଲ, ସ୍ଥାନୀୟ ସରପଞ୍ଚ ରଶ୍ମିତା ପରିଡ଼ା, କାଶୀନାଥ ଡ଼ିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରଣୟ କୁମାର ପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାନ କରିବା ପାଇଁ ଆଜିର ଯୁବ ପିଢ଼ି ଆଗ୍ରହ ପ୍ରକାଶ କରିବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ଆହ୍ବାନ ଦେଇଥିଲେ। ନାଟ୍ୟ ଗୁରୁ ଅଭୟ କୁମାର ଶତପଥୀଙ୍କ ଦ୍ଵାରା ରକ୍ତଦାନ ସଚେତନତା ନେଇ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମିତାଲି ପାଲିତ, ଡ ନୃସିଂହ ଚରଣ ବେହେରା, ନାରାୟଣ ଜେନା, ଅଶୋକ କୁମାର ସାହୁ, ପ୍ରସନ୍ନ କୁମାର ରାଉତ, ବନ୍ଦନା ପଣ୍ଡା, ପ୍ରାଲୋପ ନାରାୟଣ ମହାପାତ୍ର, ସୟେଦ୍ ଅରମାନ, ଅଭୟ କୁମାର ଶତପଥୀଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରରେ ବିମଳ ଚନ୍ଦ୍ର ଦାସ ଏବଂ ତାଙ୍କ ପତ୍ନୀ ସୁଜାତା ବେହେରା ଓ ଧାରପୁର ପଂଚାୟତର ପ୍ରାକ୍ତନ ସରପଞ୍ଚ ରୋଜାଲିନ ଶ୍ୟାନ୍ତି ଏବଂ ତାଙ୍କ ପତି ତୁଷାର କାନ୍ତ ଷ୍ୟାନ୍ତି ଏକ ସଙ୍ଗେ ରକ୍ତଦାନ କରୁଥିବା ଦୃଶ୍ୟ ସମସ୍ତଙ୍କୁ ବୋମୋହିତ କରିଥିଲା। ଶିବିର ପରିଚାଳନାରେ ଉପଦେଷ୍ଟା ଷୌଭାଗ୍ୟ କୁମାର ଜେନା, ବିଜୟ କୁମାର ସାହୁ, ବୀରେନ କୁମାର ରାଉତ, ତୁଷାର କାନ୍ତ ସ୍ୟାନ୍ତି, ସୁଶ୍ରୀ ଶାନ୍ତି, ଶୁଶ୍ରୀ ସନ୍ତୋଷି ତନୟା ନନ୍ଦ, ଦୀପକ ମଲିକ ଓ ସଂଗ୍ରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶ୍ରୀକାନ୍ତ କୁମାର ବେଉରା ଧନ୍ୟବାଦ୍ ଅର୍ପଣ କରିଥିଲେ।