ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ)୧୮/୦୧ : ଡାକୋଟା ବିମାନ ପହଁଚିଲା ଓଡ଼ିଶାରେ ! କଲିକତା ସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅସୁରକ୍ଷିତ ଭାବରେ ରହିଥିଲା ବେଳେ ଆଜି ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ଅଣା ଯାଉଛି ! ବିମାନରର ବିଭିନ୍ନ ଅଂଶକୁ ଖୋଲା ଯାଇ -ଟି ଟ୍ରଲର ଲୋଡିଂ କରାଯାଇ ଓଡିଶା ଅଣାଯାଇଛି !ଏରୋସ୍ପେସ ରିସର୍ଚ ଡେଭଲପମେଣ୍ଟ ସେଣ୍ଟର ମହାପ୍ରବନ୍ଧକ ଦେବାଶିଷ ମହାନ୍ତିଙ୍କ ତତ୍ୱାବଧାନରେ ବିମାନର ଅଂଶ ବିଶେଷକୁ ପୃଥକ କରିବା ନିମିତ୍ତ ପାଞ୍ଚଜଣ ଯନ୍ତ୍ରୀ କରୁଣାକର ପଣ୍ଡା .ଚନ୍ଦନ ପଣ୍ଡିତ .ନଗେନ୍ଦ୍ର କୁମାର.ଅଭିଜିତ ଗିରି .ଓ ହୃଷିକେଶ ଜେନା ପ୍ରମୁଖ ନିୟୋଜିତ ରହିଛନ୍ତି ! ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଜୀବନ ଓ ସ୍ମୃତି ସହିତ ଜଡିତ ଏହି ଡାକୋଟା ବିମାନ !ଏହି ଡାକୋଟା ବିମାନରେ ୧୯୪୭ମସିହାରେ ଇଣ୍ଡୋ ନେସିଆର ପ୍ରଧାନ ମନ୍ତ୍ରୀ ସୁତାନ ସଜହରୀଙ୍କୁ ଉଦ୍ଧାର କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ !! ତାହା ଆଜି ଓଡ଼ିଶାରେ ପହଂଚିଛି !ପଶ୍ଚିମ ବଙ୍ଗର ସ୍ୱତନ୍ତ୍ର ପୋଲିସ ସହାୟତାରେ ଓଡିଶାପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନ୍ନାଥ ଠାରେ ପହଂଚି ଥିଲା ! ସେଠାରୁ ଓଡିଶା ପୋଲିସର ଏକ ପ୍ଲାଟୁନ ଫୋର୍ସ .ଜାତୀୟ ରାଜପଥ ପୋଲିସ ଭେନ ସୁରକ୍ଷା ଦେଇଥିବା ଦେଖିବାକୁ ମିଳିଛି
Related Stories
November 8, 2024