ବଡଚଣା୦୩/୧୨(ରତ୍ନଗିରି ନ୍ୟୁଜ): ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ୱାରା ରକ୍ତ ସଂଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ଜୋନ ୧୯ ଓ ୨୦ର ୯ଗୋଟି ପଞ୍ଚାୟତକୁ ନେଇ ରକ୍ତଦାନ ଶିବିର ଗୋପାଳପୁର ପଂଚାୟତ ଅନ୍ତର୍ଗତ ଗଜେନ୍ଦ୍ରପୁରସ୍ଥିତ କଳ୍ପନା ଦେବୀ ବିଦ୍ୟାନିକେତନ ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସାଂସଦ ଶର୍ମିଷ୍ଠା ସେଠୀ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜୀବନବିନ୍ଦୁ କାର୍ଯ୍ୟକ୍ରମ ପରିଚାଳନ ମୁଖ୍ୟ ଅରୁପ ପଟ୍ଟନାୟକ, ବଡଚଣା ବ୍ଳକ ବିଜେଡ଼ି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ରତିକାନ୍ତ ଜେନା, ପ୍ରମୋଦ କୁମାର ସାମଲ, ସତ୍ୟବ୍ରତ ମହାପାତ୍ର, ମହେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବିଜୁ ଯୁବ ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ସଂଖ୍ୟାରେ ସ୍ୱେଚ୍ଛାକୃତ ରକ୍ତଦାତାମାନେ ଯୋଗ ଦେଇ ରକ୍ତ ଦାନ କରୁଥିବା ଦେଖିବାକୁ ମିଳିଥିଲା । ଏହି ରକ୍ତଦାନ ଶିବିରରେ ଶତାଧିକ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ଯାଜପୁର ଜିଲ୍ଲାରୁ ଏକ ରକ୍ତ ସଂଗ୍ରାହକ ଦଳ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିବା ନେଇ ଆତ୍ମା ଅଧ୍ୟକ୍ଷ ବିପିନ ଜେନା ସୂଚନା ଦେଇଥିବା ବେଳେ ସମସ୍ତ ରକ୍ତଦାତାଙ୍କୁ ପ୍ରବୀର ସାମଲ ଧନ୍ୟବାଦ ଦେଇଥିଲେ ।