ଭଦ୍ରକ(ରତ୍ନଗିରି ନ୍ୟୁଜ) : ସମୃଦ୍ଧ ଓଡିଶା ଗଠନ କରିବ ବିଜୁ ଜନତା ଦଳ । ରାଜ୍ୟବାସୀଙ୍କ ନିରଙ୍କୁଶ ସମର୍ଥନ ପାଇ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୁତ କରିବେ ଏବଂ ଭଦ୍ରକ ଜିଲ୍ଲା ସାଂସଦ ପ୍ରାର୍ଥିନୀଙ୍କ ସମେତ ସମସ୍ତ ଆସନ ହାତେଇବ ବୋଲି ତିହିଡି ବ୍ଲକ ମଙ୍ଗଳପୁର ପଂଚାୟତ କମାରିଆସ୍ଥିତ ତାରିଣୀ ପଡିଆରେ ଆୟୋଜିତ କର୍ମୀ ସମାବେଶରେ ବରିଷ୍ଠ ନେତା ଭି.କେ ପାଣ୍ଡିଆନ୍ ଉଦ୍ବୋଧନ ଦେଇଥିଲେ । ଭଦ୍ରକ ଜିଲ୍ଲା ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳଙ୍କ ସମେତ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥି ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଡ. ବ୍ୟୋମକେଶ ରାୟ, ଧାମନଗର ଡ.ସଞ୍ଜୟ କୁମାର ଦାସ ଓ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଗୁରୁମନ୍ତ୍ର ଦେବା ସହ ରାଜ୍ୟ ସରକାରଙ୍କ ୫ ପାଳିର ସଫଳତା ଶୁଣାଇଥିଲେ । ଏଥର ସରକାର ଗଠନ ହେବାପରେ ବିଦ୍ୟୁତ ବିଲ୍ ଛାଡ ସହିତ ଯୁବଗୋଷ୍ଠିଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯିବ ଏବଂ ମହିଳା ଗୋଷ୍ଠିର ସଭ୍ୟାମାନଙ୍କୁ ୬୦ ବର୍ଷ ପରେ ଭତ୍ତାର ବ୍ୟବସ୍ଥା କରାଯିବ ବୋଲି ନିର୍ବାଚନୀ ପ୍ରତି ଦେଇଥିଲେ । ୩ଟି ନିର୍ବାଚନ ମଣ୍ଡଳୀର ହଜାର ହାଜର କର୍ମୀଙ୍କ ସମାଗମ ପ୍ରାର୍ଥିମାନଙ୍କର ବିଜୟର ଆଶାକୁ ଦ୍ୱିଗୁଣିତ କରିଛି । ତିହିଡି ବ୍ଲକଟି ତିନି ନିର୍ବାଚନ ମଣ୍ଡଳୀର ପେଣ୍ଠସ୍ଥଳ । ବାସୁଦେବପୁରର ୯ ପଞ୍ଚାୟତ ସମେତ ଚାନ୍ଦବାଲିର ୧୩ ଓ ଧାମନଗର ନିର୍ବାଚନ ମଣ୍ଡଳୀର ୯ ପଞ୍ଚାୟତ ସାମିଲ ରହିଛି । ୩ ଜଣ ପ୍ରାର୍ଥିଙ୍କ ଭାଗ୍ୟ ସର୍ବଦା ତିହିଡି ବ୍ଲକର ଏହି ୩୧ ପଞ୍ଚାୟତ ଉପରେ ନିର୍ଭର କରିଥାଏ । ଯାହାକୁୁ ନେଇ ଏହି ତିହିଡି ବ୍ଲକ ଉପରେ ସମସ୍ତଙ୍କ ନଜର ରହିଥାଏ । ସୋମବାର ଅପରାହ୍ନରେ ବାସୁଦେବପୁର ଯାଦବ ପଡିଆରେ ଉଦ୍ବୋଧନ ଦେବାପରେ ସିଧାସଳଖ ହେଲିକେପ୍ଟର ଯୋଗେ ତାରିଣୀ ପଡିଆକୁ ଆସିଥିଲେ । ଦଳୀୟ ପ୍ରସ୍ତୁତି ସହ ପ୍ରାଶସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡାକଡି କରାଯାଇଥିଲା
Related Stories
November 9, 2024
November 9, 2024