ବରୀ(ରତ୍ନଗିରି ନ୍ୟୁଜ)୧୮/୧୨ :- ସାଧାରଣ ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି, ସୁନାରୁପା ବନ୍ଧକ ରଖି କିମ୍ବା ବିକ୍ରି କରନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି,ସେ ସବୁ ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲର୍ଥ କାର୍ଡ ବଂଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷିରେ ଶନିବାର ଦିନ ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥପୁର ପଂଚାୟତର .ଉଦୟନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରୀର ଲୋକପ୍ରିୟ ବିଧାୟିକା ସୁନନ୍ଦା ଦାସ ଏହାର ଶୁଭାରମ୍ଭ କରିଛନ୍ତି l
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଦାସ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସ୍ମାର୍ଟ ହେଲର୍ଥ କାର୍ଡ ବଂଟନ କରିବା ସହିତ ଏହିକାର୍ଡ଼ ଦ୍ଵାରା ଚିକିତ୍ସାଳୟରେ ରୋଗୀମାନେ କିଭଳି ଭାବରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇଁ ଆବଶକୀୟ ଅର୍ଥ ପାଇ ପାରିବେ,ସେନେଇ ଆଲୋକପାତ କରିଥିଲେ l ବରୀ ବ୍ଲକ ଉପାଧକ୍ଷ ରମେଶ ଚନ୍ଦ୍ର ଭଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟ ତମ ଅଥିତି ଭାବେ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ l ଅନ୍ୟ ତମ ଅଥିତି ଭାବେ ସ୍ଥାନୀୟ ସରପଂଚ ସବିତା ସାମଲ, ସରପଂଚଙ୍କ ପ୍ରତିନିଧି ପ୍ରସନ୍ନ ସାମଲ, ପଂଚାୟତ ନିର୍ବାହୀ ଅଧିକାରୀ ହରେକୃଷ୍ଣ ପଣ୍ଡା, ଦାୟିତ୍ୱରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ପଂଚାୟତ କର୍ମଚାରୀ, ରିଟେଲର ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।