ବରୀ (ରତ୍ନଗିରି ନ୍ୟୁଜ) : ଆଉ ନାହିଁନ୍ତି ବି ସାରେ ଓରଫ ବଙ୍ଗାଳି ଚରଣ ମହାନ୍ତି । ୮୫ ବର୍ଷ ବୟସରେ ଗୁରୁବାର ଭୋର ୨.୩୦ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ନିଜର କର୍ମମୟ ଚାକିରୀ ଜୀବନ ମିର୍ଜାପୁର ଉନ୍ନିତ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟରୁ ଆରମ୍ଭ କରି ଏହି ଠାରୁ ହିଁ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗର ଖବର ପ୍ରଚାରିତ ହେବା କ୍ଷଣି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ନାଥପୁର ପଟଣାରେ ଗ୍ରାମସ୍ଥ ତାଙ୍କ ବାସଭାବନରେ ତାଙ୍କ ଶୁଭେଚ୍ଛୁ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ଭିଡ ଲାଗିଥିଲା । ୨୧ ନଂ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସରପଞ୍ଚ କୁନା ମଲିକ, ପୂର୍ବତନ ସରପଞ୍ଚ ବିଜୟାନନ୍ଦ ଜେନା, ସମିତିସଭ୍ୟ ଶ୍ରୀଧର ସେଠୀ, ଅଜୟ କୁମାର ଜେନା, ନିରଞ୍ଜନ ମହଲ ପ୍ରମୁଖ ଯୋଗଦେଇ ବଙ୍ଗାଳି ସାରଙ୍କ ମର ଶରୀରରେ ପୁଷ୍ୱମାଲ୍ୟ ଅର୍ପଣ କରିବା ସହ ଶେଷ ଦର୍ଶନ କରିଥିଲେ । ମୃତ୍ୟୁଶଜ୍ୟା ନିକଟରେ ସ୍ୱର୍ଗତ ମହାନ୍ତିଙ୍କ ଧର୍ମପତ୍ନି ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରି କାଞ୍ଚନ ଜେନା ଉପସ୍ଥିତ ଥିଲେ । ସ୍ୱର୍ଗତ ମହାନ୍ତି ଏକମାତ୍ର ପୁତ୍ର ବିଶ୍ୱଜିତ ଓ କନ୍ୟା କଲ୍ୟାଣୀ ବାହାର ରାଜ୍ୟରେ କାର୍ଯ୍ୟକରୁଥିବାରୁ ପହଞ୍ôଚବା ବିଳମ୍ବ ହୋଇଥିଲା । ସଂଧ୍ୟାରେ ଏକ ଶୋଭାଯାତ୍ରାରେ ସ୍ୱର୍ଗତ ମହାନ୍ତି ମର ଶରୀରକୁ ଗ୍ରାମ୍ୟ ପରିକ୍ରମା କରାଇବା ସହ ପୁରୀରେ ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ଏହି ଖବର ପାଇ ବରୀ ବିଧାୟିକା ସୁନନ୍ଦା ଦାସ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ସମାଜସେବୀ ଅଶୋକ କୁମାର ବେହେରା, ବିଜେପି ରାଜ୍ୟ ପ୍ରବକ୍ତା ମନୋଜ ମହାପାତ୍ର, ଯୁବନେତା ସଂଜୀବ ଜେନା ପ୍ରମୁଖ ଶୋକାଵ୍ୟକ୍ତ କରି ସ୍ବର୍ଗତ ମହାନ୍ତି ଙ୍କ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି l
Related Stories
December 1, 2024
November 25, 2024