ପୁରୀ (ରତ୍ନଗିରି ନ୍ୟୁଜ) :- ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବେଳାଭୂମି ସ୍ଵଛ ଓ ସୁନ୍ଦର ରଖିବା ପାଇଁ ଅଗ୍ରଣୀ ପରିବେଶ ସୁରକ୍ଷା ସଙ୍ଗଠନ ମଦର ଗ୍ରୀନ ଲାଇଫ ରୁରାଲ ଆସୋସିଏସନ ଏବଂ ଗଙ୍ଗଦେବୀ ମହିଳା ବନ ସୁରକ୍ଷା ସମିତି ମିଳିତ ସହଯୋଗରେ ଗଙ୍ଗଦେବୀ ସମୁଦ୍ର ବେଳାଭୂମି ସଫେଇ ଅଭିଯାନ ସଙ୍ଗଠିତ ହୋଇ ଯାଇଛି । ୟସ ବାତ୍ୟା ଦ୍ୱାରା ସମୁଦ୍ର ବେଳାଭୂମିରେ କୁଢ଼କୁଢ଼ ଅଳିଆ ଆବର୍ଜନା ଭାସି ଆସି ବେଳାଭୂମି ପ୍ରଦୂଷିତ ହୋଇଥିବାରୁ ସମୁଦ୍ର କୂଳ ସଫେଇ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯିବା ଦରକାର ବୋଲି ସମସ୍ତେ ହୃଦବୋଧ କରିଛନ୍ତି ଏବଂ ଖୁବ ଶୀଘ୍ର ସପ୍ତାହକୁ ବେଳାଭୂମି ପାଇଁ ଦିନେ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। କୋଭିଡ କଟକଣାକୁ ଦୃଷ୍ଠିରେ ରଖି ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମରେ ସାମିଲି ହୋଇଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ଗୁନି ଦେଇ, ପଞ୍ଚେଇ ବେହେରା, ଅବଳୀ ବେହେରା ଓ ବେଲ ଦେଇଙ୍କ ସହ ପ୍ରାୟ ୨୦ ଜଣ ମହିଳା ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ବଂଶୀଧର ବେହେରା ଓ ଗ୍ରୀନ ଲାଇଫ ରୁରାଲ ଆସୋସିଏସନ ର ସଂସ୍ଥାପକ ତଥା ମଦର ସଂଗଠନର ଆବାହକ ଶ୍ରୀ ଶୋଭାକର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Related Stories
November 3, 2024
November 3, 2024