ବରୀ (ରତ୍ନଗିରି ନ୍ୟୁଜ) :– ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଆଜି ତା 04-08-2021ରିଖ ବୁଧବାର ଦିନ 11ଘଟିକା ସମୟରେ ବାଲିବିଲିସ୍ଥିତ ସାଇ ମନ୍ଦିର ସଭା ଗୃହରେ ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆଜିର ଦିନରେ ସାମ୍ବାଦିକ କେତେ ସୁରକ୍ଷିତ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଉକ୍ତ ଆଲୋଚନା ଚକ୍ର ପ୍ରାରମ୍ଭରେ ଦିବଙ୍ଗତ ସାମ୍ୱାଦିକଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଆଲୋଚନା ଚକ୍ରରେ ବରୀ ଅଞ୍ଚଳର ସମସ୍ତ ଗଣମାଧ୍ୟ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସାଂପ୍ରତିକ ସମାଜରେ କାର୍ଯ୍ୟରତ ସାମ୍ୱାଦିକମାନେ ସମ୍ବାଦ ଉପରେ ଗୁରୁତ୍ଵ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ l ତଥ୍ୟ ଭିତିକ ସମ୍ବାଦ ସଂଗ୍ରହ ସହ ପରିବେଷଣ କରିବା ଉପରେ ଉପସ୍ଥିତ ପ୍ରତିନିଧିମାନେ ମତ ଦେଇଥିଲେ l
ଦ୍ୱିତୀୟ ପର୍ଯ୍ୟାୟରେ ଉପସ୍ଥିତ ଓ ଦୂରଭାଷ ମାଧ୍ୟ୍ୟମରେ ଯୋଗାଯୋଗ ହୋଇଥିବା ସାମ୍ବାଦିକମାନଙ୍କ ମତ ଅନୁସାରେ ବରୀ ଅଂଚଳର ସମସ୍ତ ସାମ୍ବାଦିକମାନଙ୍କୁ ନେଇ ନୂତନ ଭାବେ ସାମ୍ବାଦିକ ସଂଘ, ବରୀ ନାମରେ ଏକ ଗଣ ମାଧ୍ୟ୍ୟମ ସଙ୍ଗଠନ ଗଠନ କରାଯାଇଥିଲା l ଉକ୍ତ ସଙ୍ଗଠନରେ ଉପଦେଷ୍ଟା ଭାବେ ସର୍ଵଶ୍ରୀ ହୃଷୀକେଶ ଜେନା, ପଦ୍ମନାଭ ଜେନା, ପ୍ରଭାତ କୁମାର ମହାନ୍ତି, ପ୍ରତାପ କୁମାର ଦାସ, ବାଞ୍ଛାନିଧି ସାହୁ, ସଂଜୟ କୁମାର ବେହେରା, ହିମାଂଶୁ ଶେଖର ଦାଶ, ମହେନ୍ଦ୍ର କୁମାର ସ୍ୱାଇଁ ଓ ସଂଜତ କୁମାର ମହାନ୍ତି ରହିଥିବାବେଳେ ଅଜୟ କୁମାର ଜେନା ସଭାପତି, ପ୍ରଶାନ୍ତ କୁମାର ଦ୍ଵିବେଦୀ, ଚୈତନ୍ୟ ଚରଣ ଜେନା, ପ୍ରଦୀପ କୁମାର ମହାରଣା ଉପସଭାପତି ମନୋନୀତ ହୋଇଥିଲେ l ସେହିପରି ସମ୍ପାଦକ-ରାଜ କୁମାର ମହାନ୍ତି, ସଂଗଠନ ସମ୍ପାଦକ – ଅରୁଣ କୁମାର ବେହେରା, ସହ ସମ୍ପାଦକ- ସ୍ନେହାସୁଂ ଶେଖର ମହାନ୍ତି, ସତ୍ୟଜିତ୍ ବାରିକ, ପ୍ରଶାନ୍ତ କୁମାର କବି, କଳା, ସଂସ୍କୃତି, କ୍ରୀଡ଼ା ସମ୍ପାଦକ : ଦର୍ଶନ ବେହେରା ଓ ବିଶ୍ଵଭୂଷଣ ଜେନା
କୋଷାଧକ୍ଷ- ସାଗର ରଞ୍ଜନ ବେଉରିଆ, ସଂଯୋଜକ- ସତ୍ୟ ରଞ୍ଜନ କର ପ୍ରମୁଖଙ୍କୁ ସର୍ବସମତି କ୍ରମେ ମନୋନୀତ କରାଯାଇଥିଲା l ଅନ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନବଗଠିତ ସଙ୍ଗଠନରେ ସଦସ୍ୟ ଭାବେ ନିଆଯାଇଥିଲେ l ଶେଷରେ ସତ୍ୟ ରଞ୍ଜନ କର ଧନ୍ୟବାଦ ପ୍ରଦାନ କରିଥିଲେ l