ବରୀ,(ରତ୍ନଗିରି ନ୍ୟୁଜ): : ଗଣତନ୍ତ୍ରରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇ ପାରିବ ନାହିଁ। ସେମାନେ ହେଉଛନ୍ତି ସେବକ ସେବା କରିବା ଲୋକ ପ୍ରତିନିଧି ମାନଙ୍କ ଦାୟୀତ୍ୱ ନୁହେଁ କର୍ତ୍ତବ୍ୟ। ଅପର ପକ୍ଷରେ ପ୍ରସାସନିକ ଅଧିକାରିମାନେ ମଧ୍ଯ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ଦାୟିତ୍ବ ନିର୍ବାହ କଲେ ଜନସେବା କ୍ଷେତ୍ରରେ ରାଜନୈତିକ ନେତା, ପ୍ରସାସନିକ ଅଧିକାରି ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ଵୟ ରହି ପାରିବ ବୋଲି ବୁଧବାର ପୂର୍ବାହ୍ନରେ ବରୀ ବ୍ଲକ ଅନ୍ତର୍ଗତ ଧାରପୁର ପଂଚାୟତ ନାଥପୁର ଗ୍ରାମରେ ଥିବା ଅମୃତ ସରୋବର ପରିସରରେ ବରୀ ସରପଞ୍ଚ ସଙ୍ଘ ତତଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବରୀ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି। ସମ୍ମାନିତ ଅତିଥି ଭାବେ ବରୀ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ୨୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ଯୋଗଦେଇ କର୍ତ୍ତବ୍ୟ କରିବା ସମୟରେ ବହୁ ବାଧା ବିଘ୍ନ ଆସିବା ସହିତ କୁ ଚକ୍ରୀ ମାନଙ୍କ ଶିକାର ହେବାର ଆଶଙ୍କା ରହିଥାଏ। କିନ୍ତୁ ସେସବୁକୁ ଭୃକ୍ଷେପ ନ କରି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଲେ ସଫଳତା ନିଶ୍ଚିତ ଭାବରେ ମିଳିବ ବୋଲି କହିବା ସହିତ ପୋଲିସ କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ନିଷ୍ଠାକୁ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବଳିଆ ପଂଚାୟତ ସରପଞ୍ଚ ରେବତୀ ଜେନା ସଭାପତିତ୍ବ କରିଥିଲାବେଳେ ଅମଠପୁର ସରପଞ୍ଚ ଚିତ୍ତରଞ୍ଜନ ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ।
ସରପଞ୍ଚ ସଙ୍ଘ ପକ୍ଷରୁ ବରୀ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ପ୍ରଦାନ କରାଯାଇ ବରୀ ସଂଗ୍ରାମ ଉପାଧିରେ ସମ୍ମାନିତ କରାଯାଇଥିଲା। କେତେକ ପଂଚାୟତର ସରପଂଚ ମାନେ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ଗୁଡିକ ଉପସ୍ଥାପନ କରିଥିବା ସହିତ ଆଗାମୀ ଦିନରେ କିଭଳି ଭାବେ ସେଗୁଡ଼ିକ ସମାଧାନ ହୋଇ ପାରିବ ସେ କ୍ଷେତ୍ରରେ ମିଳିତ ଭାବେ ପ୍ରସାସନିକ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବାକୁ ସ୍ଥିର କରାଯାଇଥିଲା। ସଂଘୀୟ ଚିନ୍ତା ଧାରା ଭିତରେ ବରୀ ସରପଞ୍ଚ ସଙ୍ଘ ସବୁବେଳେ କାର୍ଯ୍ୟ କରି ଆସିଛି ଓ ଆଗକୁ ଜାରି ରଖିବ ବୋଲି ଉଦୟନାଥପୁର ସାରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ କୁମାର ସାମଲ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ସୋନାଲି ସିଂହ, ମଧୁସ୍ମିତା ସାମଲ, କୁନା ମଲିକ, ଧୀରେନ୍ଦ୍ର ଜେନା, ସଞ୍ଜୟ ସେଠୀ, ମଧୁସ୍ମିତା ବେହେରା, ଦେବି ପ୍ରସାଦ ମିଶ୍ର, ଶୁଶାନ୍ତ ଦାସ, ମାମିନା ଦାସ, ସୁଚିତ୍ରା ମଲିକ ପ୍ରମୁଖ ଯୋଗଦେଇଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି ମନୋଜ ସିଂହ, ବିଶ୍ୱନାଥ ସେଠୀ, ଗୌତମ ମଲିକ, ସଂଗ୍ରାମ ସାମଲ, ସମିତି ସଭ୍ୟ ଶ୍ରୀଧର ସେଠୀ ପ୍ରମୁଖ ଯୋଗଦେଇଥିଲେ।