ବରୀ (ରତ୍ନଗିରି ନ୍ୟୁଜ):- ମହାମାରୀ କରୋନା ର ଦ୍ୱିତୀୟ ଲହର ବରୀ ନିର୍ବାଚନ ମଣ୍ଡଳୀରେ ତାଣ୍ଡବ ଲୀଳା କରୁଛି, ଶନିବାର ସୁଦ୍ଧା ଦଶ ରୁ ଉର୍ଦ୍ଧ ମୁଣ୍ଡ କରୋନା ନେଇଗଲାଣି ବୋଲି ଜଣାପଡିଛି, ଏହି ସମୟରେ ବରୀ ବିଧାୟିକା ସୁନନ୍ଦା ଦାସ କରୋନା ଯୋଦ୍ଧା ଭାବରେ ଦଳୀୟ କାର୍ଯ୍ୟ କର୍ତ୍ତା ଙ୍କୁ ସାଙ୍ଗରେ ନେଇ କରୋନାକୁ କଢ଼ା ମୁକାବିଲା କରୁଥିବା ଦେଖିବାକୁ ମିଳିଛି, ଚନ୍ଦନପୁର ପଞ୍ଚାୟତ ର ହାଟ ସାହି, ଶୁକଲ ରେ ପହଂଚି ରାସ୍ତା ଘାଟ, ବିଦ୍ୟାଳୟ, କାର୍ଯ୍ୟାଳୟ ପରିସରକୁ ସାନିଟାଈଜ କରିବା ସହିତ ମାକ୍ସ, ସାନିଟାଇଜର ବଣ୍ଟନ କରିଛନ୍ତି, କରୋନା କୁ ପରାସ୍ତ କରିବାପାଇଁ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବାଲିଆ ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ଘଡେଇ ପି ପି କିଟସ ପିନ୍ଧି ଆଗରେ ରହି ସାନିଟାଈଜ କରି କରୋନା ଉପରେ ସଚେତନ କରିଛନ୍ତି,
ବିଜେଡି ଛାତ୍ର ସଭାପତି ସଦିଚ୍ଛା ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ସାମଲ, ଚନ୍ଦନପୁର ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି କେଦାର ସାମଲ, ସମିତି ସଭ୍ୟ ଅଜୟ ମଲ, ଯୁବ ନେତା ଅମଳେନ୍ଦୁ ଦାସ,ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏହି ଯୁଧ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି, ଆଗକୁ ଲଢେଇ ଜାରିରହିବ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ ସାନିଟାଈଜ କରାଯିବ, ସଚେତନ ଜାରି ରହିବା ସହିତ କରୋନା କୁ ପରାସ୍ତ କରାଯିବ ବୋଲୁ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ ଓ ଛାତ୍ର ବିଜେଡି ସଭାପତି ସାମଲ ସୂଚନା ଦେଇଛନ୍ତି