ବରୀ,୧୦l୧(ରତ୍ନଗିରି ନ୍ୟୁଜ) : ବରୀ ରାମଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀଣି ସୁମତି କୁମାରୀ ମହାନ୍ତିଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ନୂତନ ଭାବେ ଜ୍ୟୋତ୍ରୀମୟୀ ସେଠି ଯୋଗ ଦାନ କରିଛନ୍ତି। ବରୀ ରାମ ଚନ୍ଦ୍ରପୁର ଥାନାରେ ଯୋଗଦେବା ପରେ କଲେଜ ଛାତ୍ରୀମାନଙ୍କୁ ରାସ୍ତା ଉପରେ ଅସାମାଜିକ ଯୁବକଙ୍କ ଆକ୍ରମଣ କରିବା ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହାକୁ ଗୁରୁତ୍ୱ ଦେଇ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ତାଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇଛି। ଆଗାମୀ ଦିନରେ ବରୀ ଥାନା ଅଧିନରେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଲୋଡ଼ିବି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।