ବରୀ,୯l୧୧(ରତ୍ନଗିରି ନ୍ୟୁଜ) : ବରୀ ରୋଗୀ କଲ୍ୟାଣ ସମିତି ବୈଠକ ସ୍ଥାନୀୟ ବରୀ ଜଳସମ୍ପଦ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ଯୋଗ ଦେଇଥିବା ବେଳେ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି, ସ୍ବାସ୍ଥ୍ୟ ଅଧିକାରି ସବ୍ୟସାଚୀ ଦାସ, ଡକ୍ଟର ଶଶିକାନ୍ତ ସାହୁ, ବିଡିଏମ ମୁକୁନ୍ଦ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ କୁମାର ନାୟକ, ଅଜୟ କୁମାର ଦାସ, ବିଜୟ କୁମାର ନନ୍ଦ, ବିଦ୍ୟାଧର ମଲିକ, ସଞ୍ଜୟ ଦାସ,ଓ କମିଟି ମେମ୍ବର ବିଜୟ କୁମାର ସାହାଣୀ, ପ୍ରମୋଦ ନାଥଶର୍ମା, ଦିଲ୍ଲୀପ ବେହେରା, ଦୁଷ୍ମନ୍ତ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୀୟମିତତାକୁ ନେଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେବା ଘଟଣାକୁ ଗୁରୁତ୍ଵ ଦେବାକୁ ବରୀ ବିଧାୟକ ତାଗିଦ୍ କରିଥିଲେ।
ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ନିକଟ ଅତୀତରେ ଓଡ଼ିଶାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ର ଡ଼ାକ୍ତର ନିଯୁକ୍ତି ପାଇନଥିଲେ। ତେଣୁ ଆବଶ୍ୟକୀୟ ଡ଼ାକ୍ତର ପଦବୀ ଓ ଚିକିତ୍ସା ସୁବିଧା ପ୍ରସଙ୍ଗ ଆଗାମୀ ବିଧାନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଖୁବ୍ ଶୀଘ୍ର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନଚିତ୍ର ବଦଳିବା ସହିତ ରୋଗୀ ମାନେ କିଭଳି ଉତ୍ତମ ସେବା ପାଇ ପାରିବେ ସେ ନେଇ ଯାହା କରିବାକୁ ପଡ଼ିବ ମୁଁ ନିଶ୍ଚିତ କରିବି ବୋଲି ବିଧାୟକ କହିଛନ୍ତି।