ବରୀ (ରତ୍ନଗିରି ନ୍ୟୁଜ) ୦୫/୦୯: ବିନା ଗୁରୁରେ କେହି କେବେ ଲକ୍ଷ ସ୍ଥଳରେ ପହଁଚି ପାରିବନାହିଁ l ଯେଉଁମାନଙ୍କ ଉପରେ ଗୁରୁଙ୍କର ଆଶ୍ରିବାଦ ରହିଥାଏ ସେମାନେ ସବୁ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିପାରିବେ ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି l ଚାଳଘର ସାହିତ୍ୟ ସଂସଦ ବରୀ ପକ୍ଷରୁ ସଙ୍କରିଗଡା ସ୍ଥିତ ନବ ଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଭଳିନୁଆଗାଁ ପରିସରରେ ମଙ୍ଗଳବାର ଦିନ ସଂସଦର ସଭାପତି ଆଇନଜୀବୀ ବିରଜା ପ୍ରସାଦ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ କାର୍ଯ୍ୟକ୍ରମ ରେ ଉଦଘାଟିକ ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଗୁରୁଙ୍କ ପାଇଁ ଉଦ୍ଧିଷ୍ଟ ଉକ୍ତ ଉତ୍ସବ କୁ ଉଦ୍ ଘାଟନ କରିଥିଲେ l ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଆଶ୍ରିବାଦରେ ଜଣେ ଶିଷ୍ୟ କୁ ସଫଳତାର ସିଶ୍ରରେ ପହଁଞ୍ଚାଇ ଥାଏ l ଗୁରୁ ମାନଙ୍କ ଉଦ୍ଧେଶ୍ୟରେ ଚାଳଘର ସାହିତ୍ୟ ସଂସଦର ଏଭଳି କାର୍ଯ୍ୟକ୍ରମ ଭୁଲିବାର ନୁହେଁ l ମଞ୍ଚ ଉପରୁ ଗୁରୁମାନଙ୍କ ଉଦ୍ଧେଶ୍ୟରେ ମଥାନତ ପ୍ରଣିପାତ କରି ଆଶ୍ରିବାଦ ଭିକ୍ଷା କରିଥିଲେ ବିଧାୟିକା ସୁନନ୍ଦା ଦାସ l
ଅନୁଷ୍ଠାନର ସମ୍ପାଦକ ସାମ୍ବାଦିକ ତଥା ଗାଳ୍ପିକ ପ୍ରତାପ ଦାସ ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ସଚୀକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ବରୁଣେଶ୍ୱର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ବଟକୃଷ୍ଣ ମହାପାତ୍ର ଯୋଗ ଦେଇ ଭାରତୀୟ ସଂସ୍କୃତି ହେଉଛି ବିଶ୍ୱର ପ୍ରାଚୀନ ସଂସ୍କୃତି । ହା ଗୁରୁକୁଳ ପରମ୍ପରା ବିଶ୍ୱକୁ ଅନେକ ଦିଗ୍ ଦର୍ଶନ ଦେଇଥାଏ ବୋଲିି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭିକାରୀ ଚରଣ କବି, ରସୁଲପୁର ମଣ୍ଡଳଶିକ୍ଷା ଅଧିକାରୀ ନିଳାମ୍ବର ମିଶ୍ର, ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକ, ବରୀ ତହସିଲଦାର ତିଳୋତ୍ତମା ପୃଷ୍ଟି, ବରୀ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକକାରୀ ମହେଶ୍ୱର ସେଠୀ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷିକ ଗିରିଶ ବିହାରୀ ମିଶ୍ର ପ୍ରମୁଖ ଯୋଗଦେଇ ଗୁରୁ ଶିଷ୍ୟର ସର୍ମ୍ପକ ଓ ଗୁରୁପୁଜନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବରୀ ବିଧାୟିକା ଶ୍ରୀମତୀ ଦାସ ବରୀ ବ୍ଲକର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଉତ୍ତରିୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପାଏୟ ମ୍ୟୁଜିକ ସ୍କୁଲ ପିଲାମାନଙ୍କ ଦ୍ୱାରା ନମସ୍ତେ ବରୀ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷ ସହ ଗୁରୁବନ୍ଦନା ଗାନ କରିଥିଲେ । ଶେଷରେ ଡାକ୍ତର କୈଳାସ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ ।