ବରୀ(ରତ୍ନଗିରି ନ୍ୟୁଜ) ୧୭/୦୧: ବିଶ୍ୱ କପ୍ ପୁରୁଷ ହକି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତାରେ ଅନୁଷ୍ଟିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ର୍ରତିଯୋଗିତାର କୃତିପ୍ରତୀଯୋଗୀମାନଙ୍କୁ ନେଇ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା କୃପାସିନ୍ଧୁ ବିଦ୍ୟାଭବନ ମିନି ଷ୍ଟାଡିୟମ ପରିସରରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ଶିକ୍ଷା ସହ କ୍ରୀଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଖେଳୁଆଡ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀମତି ଦାସ କବାଡି ପ୍ରତିଯୋଗିତାର ବିଜୟୀ ମଧୁସୁଦନପୁର ଓ ରନର୍ସ ଅପ୍ ଧାରପୁରକୁ କପ୍ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସେହିପରି ଭଲିବଲ ପ୍ରତିଯୋଗିତାର ବିଜୟୀ ବୋଦୁଅ ଓ ରନର୍ସ ଅପ୍ କିମ୍ଭିରିଆପାଳକୁ ପ୍ରମାଣପତ୍ର ସହ କପ୍ ପ୍ରଦାନ କରିଥିଲେ ।
ବରୀର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱରସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥିଭାବେ ବରୀ ବ୍ଲକ୍ ଅଧକ୍ଷ ଅଶୋକ କୁମାର ଗେଡି ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଧାରପୁର ସରପଂଚ କୁନା ମଲିକ, ସମିତି ସଭ୍ୟ ଶ୍ରୀଧର ସେଠୀ, ରମ୍ପା ସରପଂଚ ମାନସ ଜେନା, ବୋଦୁଅ ସରପଂଚ ଦେବୀପ୍ରସାଦ ମିଶ୍ର, କିମ୍ଭିରିଆପାଳ ସରପଂଚଙ୍କ ପ୍ରତିନିଧି ଅଭିମନ୍ୟୁ ସାହୁ, ବରୀର ପୂର୍ବତନ ସରପଂଚ ରମାକାନ୍ତ ମଲିକ, ମନ୍ଦାରୀ ସରପଂଚ ଧିରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ । ସହକାରୀ ଯନ୍ତ୍ରୀ ନେହୁର ବେହେରା କାର୍ଯ୍ୟକ୍ରମରେ ମଂଚାସିନ ଅତିଥି ଓ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ସହଯୋଗ କରିଥିବା ସମସ୍ତ କ୍ରୀଡା ଶିକ୍ଷକ, ବ୍ଲ୍କ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ପଂଚାୟଂତର ଜନ ପ୍ରତିନିଧି, କ୍ରୀଡା ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ କ୍ରୀଡାଶିକ୍ଷକ, ଶିକ୍ଷୟତ୍ରି ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୨ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବ୍ଲକ୍ସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ବରୀ ବିଡ଼ିଓ ଚିନ୍ମୟ ଦାସ ଉଦ୍ଘାଟନ କରି ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବ୍ଲକ୍ ପ୍ରଗତି ସହାୟକ ଲକ୍ଷ୍ମୀକାନ୍ତ ମହାରଣାଙ୍କ ତତ୍ୱାବଧାରେ ପରିଚାଳିତ କ୍ରୀଡା ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତି, ଅନିଲ କୁମାର ସାମଲ, ସୁବାଷ ଚନ୍ଦ୍ର ବିଶ୍ୱାଳ, ବ୍ରଜ କିଶୋର ରାଉତ, ଶ୍ୟାମସୁନ୍ଦର ଭୂୟାଁ, ପ୍ରକାଶ ଚନ୍ଦ୍ର ଜେନା, ଅନିତା ଜେନା, ସୁକାନ୍ତ କୁମାର ସ୍ୱାଇଁ, ମନସ୍ମିତା ମହାନ୍ତି, ଶିଳ୍ପା ଶତପଥି, ଅକ୍ଷୟ କୁମାର ମଲିକ, ଚନ୍ଦନ କୁମାର ସାହୁ, ତାପସ କୁମାର ବିଶ୍ୱାଳ, ପ୍ରସନ୍ନଜିତ ଦାସ, ମଧୁସ୍ମିତା ଜେନା, ପୂର୍ଣ୍ଣିମା କର, ସର୍ମିଷ୍ଠା ମହାପାତ୍ର, ସୁକାନ୍ତ କୁମାର ସାହୁ, କିଶୋର କୁମାର ଗିରି, ପିନାକ୍ଷୀ ବିଶ୍ୱାଳ, ବିନୟନୀ ସାହୁ, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ବିଭିନ୍ନ ଦିବସରେ ବ୍ଲକ୍ର କନିଷ୍ଠ ଯନ୍ତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।