ବରୀ (ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ବ୍ଲକ ସଭାଗୃହ ପରିସରରେ ଶନିବାର ଦିନ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ବିଡିଓ ପଞ୍ଚାନନ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ସରୋଜ କୁମାର ସ୍ଵାଇଁ ଓ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ଵର ସେଠୀ ଯୋଗ ଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ l
ଏହି ଅବସରରେ ଓଡିଶା ଭାଷାକୁ ସମୃଦ୍ଧ କରିବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ କବି ନିର୍ମଳ କୁମାର ଗିରି, କବି କୁଞ୍ଜ ବିହାରୀ ଦାଶ, କବି ବ୍ରଜ ମୋହନ ସାମଲ, କବି ଡକ୍ଟର ନିରଞ୍ଜନ ସାହୁ, ଗାଳ୍ପିକ ପ୍ରତାପ କୁମାର ଦାସ, କବି ସୁମନ୍ତ କୁମାର ପଣ୍ଡା, ଶିଶୁ ସାହିତ୍ୟିକ ଅଜୟ କୁମାର ଜେନା, କବି ସବିତା ନାୟକ ଓ କବି ମହାପାତ୍ର ବନ୍ଦନା ସାମଲ ମାନପତ୍ର, ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ଵର୍ଦ୍ଧିତ କରାଯାଇଥିଲା l
ସଭାକାର୍ଯ୍ୟକୁ ଅଜୟ କୁମାର ଜେନା ସଞ୍ଚାଳନ କରିଥିବା ବେଳେ ସହକାରୀ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ପ୍ରଗତି ସହାୟକ ଲକ୍ଷ୍ମୀକାନ୍ତ ମହାରଣା, ବରିଷ୍ଠ କିରାଣୀ ସରୋଜ କାନ୍ତ ମହାନ୍ତି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ କୁମାର ଜେନା, ଏପିଓ ରବି ନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ମିଳିତ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା l