ବରୀ,(ରତ୍ନଗିରି ନ୍ୟୁଜ ) : ବରୀ ବାର ଆସୋସିଏସନ ପକ୍ଷରୁ ପବିତ୍ର ଉତ୍କଳ ଦିବସ ଅବସରରେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ଶପଥ ପାଠ ଉତ୍ସବ ବରୀ ତହସିଲ ପରିସରରେ ଥିବା କାର୍ଯ୍ୟାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର କୋର୍ଟ ର ଆଇନଜୀବୀ ଚିତ୍ତରଞ୍ଜନ ଓଝା ମୂଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାୟୀ ସଭାପତି ଆଇନଜୀବୀ ରାଜକିଶୋର ସାମଲ, ଉପ ସଭାପତି ହରିଶ ଚନ୍ଦ୍ର ଧଳ, ସମ୍ପାଦକ ବାବାଜୀ ଚରଣ ଜେନା, ଯୁଗ୍ମ ସମ୍ପାଦକ ଧୀରେନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ଜ୍ଞାନେନ୍ଦ୍ର ମଲିକ, ପାଠାଗାର ସମ୍ପାଦକ ବାଞ୍ଛାନିଧି ସାହୁ, ପାଠାଗାର ସହସମ୍ପାଦକ ତପନ କୁମାର ଜେନା, କୋଷାଧକ୍ଷ ଗୁଣନିଧି ନାୟକ, ସାଂସ୍କୃତିକ ସମ୍ପାଦକ ପବିତ୍ର କୁମାର ମଲିକ, ସାଂସ୍କୃତିକ ସହସମ୍ପାଦକ ପରେଶ ଚନ୍ଦ୍ର କର, ପ୍ରମୁଖ ଆଇନଜୀବୀ ମାନଙ୍କୁ ଶପଥ ପାଠ କରାଇଥିଲେ। ନନି ଗୋପାଳ ଜେନା, ଅଜାମ୍ବର ମଲିକ, ପ୍ରଶାନ୍ତ କୁମାର ବେଉରିଆ, ସଂଯୁକ୍ତା ସେଠି, ପ୍ରମିଳା ରଥ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ଶପଥ ନେଇଥିବା ଜଣାପଡିଛି। ପରେ ସାଙ୍ଗଠନିକ କାର୍ଯ୍ୟକ୍ରମ, ସମସ୍ୟା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା ଶେଷରେ ଧୀରେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ!



