ବରୀ (ରତ୍ନଗିରି ନ୍ୟୁଜ) : ଅନେକ ଦିନ ଧରି ଲାଗି ରହିଥିବା ବରୀ ବିଧାନସଭା ଆସନରେ ଦଳୀୟ ପ୍ରାର୍ôଥ ଘୋଷଣା ଅଙ୍କ ଏବେ ସୁଦ୍ଧା ସମାଧାନ ହୋଇପାରିନାହିଁ । ବିଜେଡି ଥର ଥର କରି ୪ଥର ପ୍ରାର୍ôଥ ଘୋଷଣା କରି ସାରିଥିଲେ ବି ଯାଜପୁର ଜିଲ୍ଲାର ୩ ଗୋଟି ଆସନରେ କାହାରି ନାଁ ଏ ଯାଏଁ ସାମ୍ନାକୁ ଆଣିନାହିଁ । ବରୀ, ବଡଚଣା ଓ କୋରେଇ ଆସନରେ ଏକାଧିକ ଦାବିଦାର ଏବଂ ଯୋଗ୍ୟ ପ୍ରାର୍ôଥ ଥିବାରୁ କାହା ମୁଣ୍ଡରେ ଦଳ ସୁନା କଳସ ଢାଳିବ ତାହା ଏବେ ସବୁଠୁ ବଡ ସମସ୍ୟା ସୃଷ୍ଟି କରିଛି । ବରୀରେ ବିଧାୟିକା ସୁନନ୍ଦା ଦାସ ଦାବିଦାର ଥିବାବେଳେ ବିଶ୍ୱ ରଂଜନ ମଲ୍ଲିକଙ୍କୁ ଦଳୀୟ ନେତୃବୃନ୍ଦ ପୂର୍ବରୁ ପ୍ରତିଶୃତି ଦେଇଥିବା କୁହାଯାଉଛି । ସେହିପରି ଯୁବନେତା ସଞ୍ଜୀବ ଜେନା, ଅଶୋକ ବେହେରା ବାରମ୍ବାର ବରୀର ବିଭିନ୍ନ ଗସ୍ତ କରିବା ସହ ଜନସମ୍ପର୍କ ବୃଦ୍ଧି କରୁଥିବାବେଳେ ଉଭୟ ନେତା ଓ ଯୁବନେତ୍ରୀ ସୁନନ୍ଦା ପତିଙ୍କ ସମର୍ଥକମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡାକି ନିଜ ନିଜ ନେତାଙ୍କୁ ଟିକେଟ ଦେବା ପାଇଁ ଦାବି କରିଛନ୍ତି ।
ବିଜେଡିରେ ପାଞ୍ଚ ପାଞ୍ଚ ଜଣ ଦାବିଦାର ଥିବାବେଳେ ଯୁବନେତା, ପୂର୍ବତନ ବରୀ ବ୍ଲକ୍ ଉପାଧ୍ୟକ୍ଷ, ଦୁଇ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଥିବା ଅଶୋକ ସାମଲଙ୍କ ନାମ ଚର୍ଚ୍ଚାକୁ ଆସିବା ପରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୁରୁବାର ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ବିଧାନସଭା ଆସନରେ ପାର୍ଥିଙ୍କ ନାମ ଘୋଷଣା କରିଥିବାବେଳେ ଯାଜପୁର ଜିଲ୍ଲାର ପୂର୍ବବତ୍ ବରୀ, ବଡଚଣା ଓ କୋରେଇ ଆସନରେ କୌଣସି ପ୍ରାର୍ôଥଙ୍କ ନାଁ ଘୋଷଣା କରିନାହାଁନ୍ତି । ଯାହା ଫଳରେ କେବଳ ଆଶାୟୀ ପ୍ରାର୍ôଥ ନୁହଁନ୍ତି ସେମାନଙ୍କ ସମର୍ଥକମାନଙ୍କର ମଧ୍ୟ ସସ୍ପେନ୍ସ ବୃଦ୍ଧି ପାଉଥିବାରୁ କିଛି ନେତା ଓ ସମର୍ଥକ ରାଜଧାନିରେ ଡେରା ପକାଉଥିବାର ଦେଖାଯାଉଛି । ତେବେ ଏତେ ସବୁ ଗୋଳିଆ ଭିତରେ ଦଳ କାହାକୁ ସାମ୍ନାକୁ ଆଣୁଛି ତାହା ଆଗାମୀ ସମୟ କହିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
Related Stories
October 27, 2024
September 30, 2024