ବଲାଙ୍ଗୀର(ରତ୍ନଗିରି ନ୍ୟୁଜ) :-ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ ବନମାଳୀ ନାଏକ କାର୍ଯ୍ୟଳୟରେ ଯୋଗ ଦେବାସହ ସୁଚାରୁ ରୂପେ ସରପଞ୍ଚ ଦାୟିତ୍ୟ ପାଞ୍ଚ ବର୍ଷ ପାଇଁ ତୁଲାଇବାକୁ ଶପଥ କରିଛନ୍ତି । ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବରେ ନିର୍ବାଚିତ ହେଇଥିବା ବନମାଳୀ ନାଏକ ପଞ୍ଚାୟତ କାର୍ଯ୍ୟଳୟରେ ପହଞ୍ଚି ପଞ୍ଚାୟତ ନିର୍ଭାହି ଅଧିକାରୀ ଶ୍ରୀମତୀ ପ୍ରଭାସିନୀ ବେହେରା ଠାରୁ ଦାୟିତ୍ ଗ୍ରହଣ କରିଛନ୍ତି। ଉସ୍ୟବ ରେ ନାଏବ ସରପଞ୍ଚ ଶ୍ରୀମତୀ ଯାନ୍ନବି ସବର୍ ସମିତି ସଭ୍ୟ ସବିତା ଭୁ ଏ ସିପୁନ ଖମାରୀ ଓ ସମସ୍ତ ଗ୍ରାମ ର ୱାର୍ଡ ମେମ୍ବର ଉପସ୍ଥିତ ଥିଲେ। ସମସ୍ତ ୱାର୍ଡ ମେମ୍ବର ଉଭୟ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରା ଯାଇଥିଲା। ଏହା ପରେ ଶ୍ରୀ ଝରି ବେହେରା ସଭାପତି ରେ ଏକ ଜନ୍ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସରପଞ୍ଚ ଶ୍ରୀ ବନମାଳୀ ନାଏକ ପଞ୍ଚାୟତ ବାସୀ ଅଶ୍ରିବାଦ ଦେଇ ବିଜୟ କରିଥିବା ରୁ ସମସ୍ତ କୁ କୃତଜ୍ଞତା ଜଣାଇ ଥିଲେ। ଧୁମାଭଟା ପଞ୍ଚାୟତର ସମସ୍ୟା ଗୁଡ଼ିକ ର ସମାଧାନ ପାଇଁ ସମସ୍ତ ଙ୍କ ସହଯୋଗ ଭିକ୍ଷା ସହିତ ଧୁମାଭଟା ପଞ୍ଚାୟତ କୁ ଗୋଟିଏ ସୁନ୍ଦର୍ ଧୁମାଭଟା ଦୁର୍ନିତି ମୁକ୍ତ ପଞ୍ଚାୟତ ରେ ପରିଣତ କରିବା ପାଇଁ ପ୍ରତି ଶ୍ରୁତି ଦେଇଛନ୍ତି । ସଭାକୁ ପରିଚାଳନା କରିଥିଲେ ମୋତି ଲାଲ୍ ନାଏକ ପିତବାସ ସାହୁ ଧୂମାଭଟା ପଞ୍ଚାୟତ ସରପଞ୍ଚ ବିନା ଖର୍ଚ୍ଚରେ ବହୁତ ଭୋଟରେ ଜିତିଥିଲେ । ଅନ୍ୟ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କରି ହାରି ଯାଇଛନ୍ତି କିନ୍ତୁ ସମାଜ ସେବା କରି ଥିବାରୁ ତାଙ୍କୁ ବିନା ପଇସାରେ ଜିତି ସାରିଛନ୍ତି ।ଲୋକଙ୍କ ଆଶ୍ରିବାଦ ଥିବାରୁ ବହୁତ ଆଜି ସରପଞ୍ଚ ଦାଇତ୍ୱ ପାଇଲେ ଓ ସମସ୍ତ ଏମ ବି କେ CRP cm ଓ ଅଙ୍ଗନ ୱାଡି ଆଶା ଦିଦି ମାନେ ଉପସ୍ଥିତି ଥିଲେ।
Related Stories
November 9, 2024
November 9, 2024