କୋଣାର୍କ ୧୩.୦୮(ରତ୍ନଗିରି ନ୍ୟୁଜ): ପୁରୀ ଜିଲ୍ଲାର ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ଜାତୀୟ ସମର ସାକ୍ଷାର୍ଥୀ ବହିନୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜାଦି କା ଅମୃତ ମହୋତ୍ସବ ଶନିବାର ପାଳିତ ହୋଇଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରିୟରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ସ୍କୁଲ ପ୍ରାଙ୍ଗଣରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଜରିଆରେ ଗୋପ ବଜାର ପରିକ୍ରମା କରିବା ସହିତ ସଚେତନତା ବାର୍ତ୍ତା ଦେଇଥିଲେ। ଦେଶାତ୍ମତକ ସ୍ଲୋଗାନ ବା ରାଷ୍ଟ୍ରଭକ୍ତିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ପରେ ପରେ ବିଭିର୍ଣ୍ଣ କ୍ଷେତ୍ରରେ କୃତ୍ତିକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା । ପୁରାତନ ଛାତ୍ର ତଥା ବରିଷ୍ଠ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀଯୁକ୍ତ ସତ୍ୟପ୍ରିୟ ନାୟକଙ୍କ ଅଧକ୍ଷତାରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ପୁରାତନ ଛାତ୍ର ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସୁବାଷ ଚନ୍ଦ୍ର ପ୍ରଧାନ ଓ କ୍ରୀଡ଼ା ଶିକ୍ଷୟିତ୍ରୀ ସସ୍ମିତା ପୃଷ୍ଟି ପରିଚାଳନା କରିଥିଲେ।
ରିପୋର୍ଟ : ଜ୍ଞାନ ରଞ୍ଜନ ବିଶ୍ଵାଳ