ଢେଙ୍କାନାଳ (ରତ୍ନଗିରି ନ୍ୟୁଜ) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ୟୁନିସେଫ୍ ପକ୍ଷରୁ କରୋନା ସଚେତନତା ରଥକୁ ଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି। ଏହି ଉଦଘାଟନି କର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର ଯୋଗଦାନ କରିଥିଲେ । ଜିଲ୍ଲାରେ କରୋନା ଭାଇରସ ଦ୍ଵିତୀୟ ଲହର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ଲୋକ ମାନେ ସଚେତନ ହେଉନାହାନ୍ତି । ସାମାଜିକ ଦୂରତା ରଖୁ ନାହାନ୍ତି ଯାହା ଦ୍ଵାରା କରୋନା ପଜିଟିଭ ସହରାଞ୍ଚଳ ଅପକ୍ଷା ଗ୍ରାମାଞ୍ଚଳରେ ଅଧିକ ରହୁଛି । ଏହି ସଚେତନତା ରଥ ଜିଲ୍ଲାର ୮ଟି ବ୍ଳକରେ ବୁଲି ଲୋକ ମାନଙ୍କୁ ଟିଭି ଓ ଗୀତ ମାଧ୍ୟମରେ ସଚେତନ କରିବା କାର୍ଯ୍ୟକ୍ରମ ରହିଛି । ଗ୍ରାମାଞ୍ଚକର ଲୋକମାନେ ସଚେତନ ହେଲେ ଆମ ଜିଲ୍ଲାରେ ପଜିଟିଭ ସଂଖ୍ୟା କମିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
Related Stories
December 1, 2024
November 25, 2024