ଧର୍ମଶାଳା(ରତ୍ନଗିରି ନ୍ୟୁଜ) ମହିଳା ମାନଙ୍କୁ ଦୁଇ ପାଦ ଆଗକୁ ଯିବାପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଏହାକୁ ସଫଳ ରୂପାୟନ ପାଇଁ ଧର୍ମଶାଳା ବିଧାୟକଙ୍କ ଉଦ୍ୟମ ଜାରି ରହିଛି । ଗ୍ରାମାଞ୍ଚଳରେ ଲୁକାଇତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଏହି କ୍ରମରେ ମହିଳା ଓ କୁନି ପ୍ରତିଭା ମାନଙ୍କୁ ଆଗକୁ ଆଣିବା ପାଇଁ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମହିଳାମାନଙ୍କୁ ନେଇ ବିଭିନ୍ନ ପରମ୍ପରା ଓ ସଂସ୍କୃତିକୁ ଉଜିବିତ କରିବା ଲକ୍ଷ୍ୟ ନେଇ ରଜ ମହୋତ୍ସବର ଆୟୋଜନ କରାଯାଉଛି । ରଜ ମହୋତ୍ସବ ପାଇଁ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଚର୍ଚ୍ଚାରେ ରହିଛି । ଚଳିତ ବର୍ଷ ଏହି ରଜ ମହେତ୍ସବ ୨୦୨୩ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହାକୁ ସଫଳ କରାଇବା ପାଇଁ ସଂଘଠନର କାର୍ଯ୍ୟକର୍ତ୍ତା ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ରଜ ମହୋତ୍ସବ ୨୦୨୩ର ପଂଚାୟତ ସ୍ତ୍ରୀୟ ଦକ୍ଷତା ପତିଯୋଗିତାର ଶୁଭ ଉଦଘାଟନ ହୋଇଛି । ଧର୍ମଶାଳା ଗାର୍ଲ୍ସ ୱିଙ୍ଗସ ପକ୍ଷରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ 14 ନମ୍ବର ଜୋନ ଅଭୟପୁର ପଂଚାୟତ ofc ପାଖ ରାଜୀବ ଗାନ୍ଧୀ ଭବନ ଠାରେ ଆୟୋଜିତ ହୋଇଛି ରଜ କୁଇନ ଅଡିସନ । ଏହି ଉତ୍ସବରେ ସ୍ଥାନୀୟ ପ୍ରତିନିଧି, ବରିଷ୍ଠ ମୂରବୀ ଉପସ୍ଥିତ ରହି ପ୍ରତିଯୋଗୀ ମାନକୁ ଉତ୍ସାହିତ କରୁଥିଲେ ଏହି ପ୍ରଥମ ପର୍ଯ୍ୟାୟରେ ଏହି ଜୋନର 5ଗୋଟି ପଂଚାୟତର 2 ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗିମାନେ ଅଂଶ ଗ୍ରହଣ କରିଥିଲେ । ସଂଗୀତ,ନାଚ,ଏକକ ଅଭିନୟ,,ବକ୍ତୃତା ,ଶଙ୍ଖ ବାଦ୍ୟ ବିଭାଗରେ ପ୍ରତିଯୋଗିମାନେ ଭାଗ ଦେଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ବରିଷ୍ଠ ଜର୍ଜ ମାନେ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଫଳତା ପାଇଥିବା କୃତି ପ୍ରତିଯୋଗୀଙ୍କୁ 2ୟ ରାଉଣ୍ଡକୁ ଟିକେଟ ପ୍ରଦାନ୍ କରଯାଇଥିଲା । ଗାର୍ଲ୍ସ ୱିଙ୍ଗସର ସଭାନେତ୍ରୀ ଖୀରବ୍ଧି ତନୟା ମଲ୍ଲିକ ଯୁବ ନେତା ଖିତିସ ନାୟକଙ୍କ ସମେତ ୱିଙ୍ଗସର ସମସ୍ତ କର୍ମକର୍ତା ସହଯୋଗ କରି ଥିଲେ।
Related Stories
December 1, 2024
November 25, 2024