ମୟୁରଭଂଜ(ରତ୍ନଗିରି ନ୍ୟୁଜ) : ପଂଚାୟତ ଗୃହ ନିର୍ମାଣ ସ୍ଥାନକୁ ନେଇ ଗ୍ରାମବାସୀଙ୍କ ଭିତରେ ବିବାଦ।ବିବାଦ ସମାଧାନ ନ ହେବାରୁ କୁଳିଅଣା ଥାନା ଅନ୍ତର୍ଗତ ସହରୀ ନିକଟରେ ଜାତୀୟ ରାଜପଥ ଅବୋରଧ।ଉତ୍ୟକ୍ତ ଗ୍ରାମବାସୀ ଙ୍କ ଦ୍ଵାରା ଜିଲ୍ଲାପାଳ ଙ୍କୁ ଆକ୍ରମଣ। ସୂଚନା ଅନୁସାରେ କୁଳିଆଣା ବ୍ଲକ ର ଭଗବାନପୁର ପଂଚାୟତ ର ପଂଚାୟତ ଗୃହ ନିର୍ମାଣ ଗ୍ରାମର ମଧ୍ୟ ସ୍ଥଳରେ ନ ହେଇ ଗ୍ରାମ ଠାରୁ ବହୁ ଦୂର ନୂଆଗାଁ ଠାରେ ନିର୍ମାଣ ଚାଲିଥିବାବେଳେ,ଆଜି ସକାଳୁ ଗ୍ରାମବାସୀ ନିର୍ମାଣ ସ୍ଥଳ ରେ ପହଂଚି କାର୍ଯ୍ୟ ବନ୍ଦ କରିଥିଲେ।ଏଥି ସହିତ ନିର୍ମାଣ ଚାଲିଥିବା ପଂଚାୟତ ଗୃହ କୁ ମଧ୍ୟ ଭାଙ୍ଗି ଦେଇଥିଲେ।,କୁଳିଅଣା ବିଡ଼ିଓ ଙ୍କୁ ଏ ବିଷୟ ରେ ଅବଗତ କରିଥିଲେ ମଧ୍ୟ ଘଟଣା ସ୍ଥଳକୁ କେହି ଅଧିକାରୀ ନ ପହଂଚିବାରୁ ,ଉତ୍ୟକ୍ତ ମନହରପୁର ଗ୍ରାମବାସୀ ସହରୀ ନିକଟରେ ଜାତୀୟ ରାଜପଥ କୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲେ।
ଅନ୍ୟପଟେ ମୟୁରଭଂଜ ଜିଲ୍ଲାପାଳ ନିଜର ବ୍ୟକ୍ତିଗତ କାମପାଇଁ ଯାଉଥିବା ସମୟରେ ରାସ୍ତା ଅବରୋଧ ଖବର ପାଇ ଏକ ଗ୍ରାମ୍ୟ ରାସ୍ତା ଦେଇ ଯାଉଥିବାବେଳେ,ବଡ ନୂଆଗାଁ ନିକଟରେ ଗ୍ରାମବାସୀ ମାନେ ଜିଲ୍ଲାପାଳ କୁ ଅଟକାଇ ଘଟଣା ର ସମାଧାନ ପାଇଁ କହିଥିଲେ।ତେବେ ଜିଲ୍ଲାପାଳ ଘଟଣା ବିଷୟ ରେ ଅବଗତ ନ ଥିବାରୁ ସେ ଘଟଣା ସ୍ଥଳରୁ ଚାଲିଯିବାକୁ ଚାହିଁ ବାରୁ ଉତ୍ୟକ୍ତ ଜନତା ଜିଲ୍ଲାପାଳ ଗାଡି ଉପରକୁ ଆକ୍ରମଣ କରିଥିଲେ।ତେବେ ସୌଭଗ୍ୟ କ୍ରମେ ଜିଲ୍ଲାପାଳ ଙ୍କ କୋଣସି କ୍ଷତି ହେଇ ନ ଥିବାବେଳେ,ଜିଲ୍ଲାପାଳ ଙ୍କ ଗାଡି ର କାଚ ଭାଙ୍ଗି ଚୁରମାର ହେଇଯାଇଥିଲା।ଘଟଣା ସ୍ଥଳରେ ସଦର ଏସ ଡି ପିଓ ପହଂଚି ଜିଲ୍ଲାପାଳ ଙ୍କୁ ଉଦ୍ଧାର କରିଥିଲେ।ତେବେ ଘଟଣା ସ୍ଥଳରେ ଅତିରିକ୍ତ ଏସ ପି,ଏସ ଡି ପି ଓ,କୁଳିଆଣାଥାନା ଅଧିକାରୀ,ତହସିଲଦାର ପହଂଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।