ବରୀ୦୮/୦୫(ରତ୍ନଗିରି ନ୍ୟୁଜ) : ସାମ୍ବାଦିକ ସୁରେଶ କରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ବରୀରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲା ଆଧାରରେ ବରୀ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସାମ୍ବାଦିକ ଶ୍ରୀ କରଙ୍କ ଉପରେ କରାଯାଇଥିବା ଆକ୍ରମଣ ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।
ସୋମବାର ମଧ୍ୟାହ୍ନରେ ଶ୍ରୀ କର ନିଜ ଘର ବରୀ ବ୍ଲକ୍ ଅନ୍ତର୍ଗତ ବାଇଁଶିରିଆ ପଂଚାୟତରେ ଇଚ୍ଛାପୁରକୁ ଫେରୁଥିବା ସମୟରେ ସେହି ଗ୍ରାମର ହରେକୃଷ୍ଣ ମହାନ୍ତିଙ୍କ ପୁଅ ପ୍ରଣତ ପ୍ରଗତୀ ମହାନ୍ତି ଓ ଅନ୍ୟ ପରିବାର ସଦସ୍ୟମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ସମ୍ପର୍କରେ ଶ୍ରୀ କର ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ କରଙ୍କ ଅଭିଯୋଗ ଆଧାରରେ ବରୀ ପୋଲିସ୍ ୧୫୬/୨୦୨୩ରେ ଏକ ମାମଲା ପଞ୍ଜିକୃତ କରି ଧାରା ୩୪୨, ୩୨୩, ୩୨୪, ୨୯୪, ୪୨୭, ୫୦୬ ଓ ୩୪ରେ ତଦନ୍ତ ଜାରି ରଖିଛି ।
Related Stories
October 2, 2024