ଏହି ଫଟୋଟି ହେଉଛି ୧୯ ବର୍ଷୀୟ ଯୁବକ ଅଥର୍ବ ଚତୁର୍ବେଦୀଙ୍କର, ଯିଏ କୌଣସି ଓକିଲ ନ ଲଗାଇ ନିଜ ମାମଲା ସୁପ୍ରିମକୋର୍ଟରେ ଲଢ଼ିଲେ ଓ ମାତ୍ର ୧୦ ମିନିଟରେ ବିଜୟ ହାସଲ କଲେ। ବର୍ତ୍ତମାନ ଅଥର୍ବଙ୍କ ପ୍ରେରଣାଦାୟକ କାହାଣୀ ଖୁବ୍ ଚର୍ଚାରେ।
ଘଟଣାଟି ଏମିତି। ଅଥର୍ବ ଜବଲପୁରର ବାସିନ୍ଦା ଏବଂ ଦୁଇଥର NEET ପରୀକ୍ଷାରେ ୫୩୦ ନମ୍ବର ଆଣି ଯୋଗ୍ୟତା ହାସଲ କରିଥିଲେ; କିନ୍ତୁ ମଧ୍ୟପ୍ରଦେଶ ସରକାରଙ୍କ ନୀତି ଯୋଗୁଁ EWS (ଆର୍ଥିକ ଭାବେ ପଛୁଆ ବର୍ଗ) କୋଟା ଘରୋଇ ମେଡିକାଲ କଲେଜରେ ଲାଗୁ ହୋଇନଥିବାରୁ ତାଙ୍କୁ MBBS ଆସନ ମିଳିପାରି ନଥିଲା। (ସେଠାରେ OBC କୋଟା ଅଛି କିନ୍ତୁ EWS ପାଇଁ ନାହିଁ।) ଅଥର୍ବ ନିଜେ କୌଣସି ଓକିଲ ନ ରଖି ସୁପ୍ରିମ କୋର୍ଟରେ ନିଜେ ହିଁ ନିଜର ମାମଲା ଲଢ଼ିବାକୁ ମନସ୍ଥ କଲେ। ସେ କୋର୍ଟଙ୍କୁ କେବଳ ୧୦ ମିନିଟ ସମୟ ମାଗିଥିଲେ ନିଜର ଯୁକ୍ତି ରଖିବାକୁ। ତାଙ୍କର ବକ୍ତବ୍ୟ ଓ ଦୃଢ଼ତା ଦେଖି ସୁପ୍ରିମ କୋର୍ଟର ବେଞ୍ଚ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। କୋର୍ଟ ଆର୍ଟିକଲ ୧୪୨ ଅନୁସାରେ ବିଶେଷ କ୍ଷମତା ପ୍ରୟୋଗ କରି ତାଙ୍କୁ MBBS ସିଟ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ଦେଶରେ ଘରୋଇ ମେଡିକାଲ କଲେଜରେ EWS କୋଟା ଲାଗୁ କରିବା ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ। ଅଥର୍ବଙ୍କ ସାହସ ଓ ବୁଦ୍ଧିମତା ପ୍ରତ୍ୟେକ ଯୁବକଙ୍କ ପାଇଁ ଏକ ବଡ଼ ଉଦାହରଣ।



