ବରୀ,(ରତ୍ନଗିରି ନ୍ୟୁଜ):ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ । ଅଟଳ ଜୀ କେବଳ ବିଜେପିର ନେତା ନଥିଲେ, ସେ ପୂରା ଦେଶର ନେତା ଥିଲେ । ସ୍ୱର୍ଗତଃ ଅଟଳଜୀ ଏକାଧାରରେ ଜଣେ କବି, ରାଜନେତା, ଦାର୍ଶନିକ, ଶିକ୍ଷକ, ସାମ୍ବାଦିକ, ଶ୍ରେଷ୍ଠ ବୈଦଶିକ ମନ୍ତ୍ରୀ, ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ, ଜଣେ ବିଚକ୍ଷଣ କୁଟନୀତିଜ୍ଞ, ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, କୁଶଳୀ ସଙ୍ଗଠକ ଥିଲେ । ଦେଶର କୃଷି, ବିଜ୍ଞାନ, ପ୍ରତିରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ ।
ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀ ଦେଶରେ ସୁଶାସନ ବ୍ୟବସ୍ଥା କରିଥିଲେ । ସେଥିଲାଗି ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି ବୋଲି ରବିବାର ଦିନ ବରୀ ବିଜେପି ତରଫରୁ ବାଲିଆ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର କଲେଜ ସମ୍ମୁଖରେ ସୁଶାସନ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଯୋଗ ଦେଇ ପ୍ରକାଶ କରିଛନ୍ତି l
ଏହି ଉତ୍ସବରେ ପୁର୍ବତନ ନୌ ସେନା ଅଧିକାରୀ କବିର ଦାସ ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ରାଜ୍ୟ ମିଡ଼ିଆ ବିଭାଗ ସହ ପ୍ରମୁଖ ଶ୍ରୀ ସୁଜିତ୍ କୁମାର ଦାସ ଓ ବରୀ ବିଜେପିର ସୁଜନପୁର ମଣ୍ଡଳ ସଭାପତି ବିରସେନ ରାଉତ, ଅଲ୍ଲିପୁର ମଣ୍ଡଳର ସାଧାରଣ ସମ୍ପାଦକ ଆଲୋକ ନାୟକଙ୍କ ସହିତ ବହୁ ବ୍ଲକ୍ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ। ରବିନ୍ଦ୍ରନାଥ ମିଶ୍ର,ସରୋଜ କୁମାର ସାହୁ, ପୂର୍ବତନ ବ୍ଲକ ସଭାପତି ଅକ୍ଷୟ କୁମାର ବେଉରିଆ, ସରୋଜ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ l ବିଭିନ୍ନ ପଞ୍ଚାୟତରୁ ବିରୋଧୀ ଦଳର ବହୁ କର୍ମୀ କବିର ଦାସଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ବିଜେପିରେ ଯୋଗ ଦେଇଥିଲେ l ସେମାନଙ୍କୁ ଦଳୀୟ ଉତ୍ତରୀୟ ଦିଆଯାଇ ଦଳକୁ ସ୍ୱାଗତ କରାଯାଇଥିଲା l