ବରୀ ୨୩/୮(ରତ୍ନଗିରି ନ୍ୟୁଜ) :ବରୀ ବ୍ଲକ ଅନ୍ତର୍ଗତ ନାଥପୁର ନବୀନ ଚନ୍ଦ୍ର ବିଦ୍ୟାପୀଠ ମୁଖ୍ୟ ଫାଟକରେ ପକାଯାଇଥିବା ତାଲାରେ ଏମ ସିଲ ଅଠା ବୋଳି ଦେଇଛନ୍ତି ଦୁର୍ବୁତ୍ତ l ଖବରରୁ ପ୍ରକାଶ ଯେ ସବୁଦିନ ଭଳି ସ୍କୁଲ ଛୁଟି ହେବା ପରେ କର୍ମଚାରୀମାନେ ବିଦ୍ୟାଳୟ ଫାଟକ ବନ୍ଦ କରି ତାଲା ପକାଇ ଚାଲି ଯାଇଥିଲେ l ସୋମବାର ଦଶଟା ସମୟରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀମାନେ ଫାଟକ ନିକଟରେ ପହଞ୍ଚି ଦେଖନ୍ତି ତ କେହି ଦୁର୍ବୁତ୍ତ ଫାଟକ ତାଲାରେ ଏମ ସିଲ ଅଠା ଭର୍ତି କରି ଦେଇଛି l
କର୍ମଚାରିମାନେ ଅନ୍ୟ ଉପାୟ ନ ପାଇ ଶେଷରେ ବିଦ୍ୟାଳୟ କମିଟି ମୁଖ୍ୟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ l ସ୍କୁଲ କମିଟି ସଭାପତିଙ୍କ କହିବା ଅନୁଯାୟୀ ପୂର୍ବରୁ ବିଦ୍ୟାଳୟ ଫାଟକକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା l ସନ୍ଧ୍ୟା ପରେ ଏଠାରେ ଆସାମାଜିକ ବ୍ୟକ୍ତିଙ୍କ ଆସର ଜମୁଥିବାରୁ ଏପରି ଘଟୁଥିବା ଅନୁମାନ କରାଯାଉଛି l