ଧର୍ମଶାଳା(ରତ୍ନଗିରି ନ୍ୟୁଜ) : ଅଂଶୁମା ନମେମୋରିଆଲଟ୍ରଷ୍ଟ ର ସଦସ୍ୟ ମାନେ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟ ଦ୍ୱାରା ଖୋଲାଯାଇଥିବା ଅନଲାଇନ ଅଭିଯୋଗ ପ୍ରକୋଷ୍ଠ କୁ ଆଧାର କରି ସଂଗ୍ରହ ହୋଇଥିବା ଗରିବ, ଅସହାୟ, କ୍ୟାନ୍ସର ରୋଗୀ ଓ କୀଡୀନି ରୋଗୀ ଙ୍କ ଖବର ପାଇ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଂଚାୟତ ଜେନାପୁର ଗ୍ରାମର ଏକ ପରିବାର ମୁଖ୍ୟ କ୍ୟାନ୍ସର ରୋଗରେ ପୀଡିତ ଥିବାବେଳେ ଘରେ ଛୋଟ ଛୋଟ ଝିଅ ଏବଂ ପତ୍ନୀ, ସ୍ୱାମୀ ରୋଗରେ ପୀଡିତ ହେବା ଫଳରେ ରୋଜଗାର ବାଟ ବନ୍ଦହୋଇଯିବା ଯୋଗୁଁ ପରିବାର ପ୍ରତିପୋଷଣ ଏବଂ ନିଜର ଚିକିତ୍ସା ପାଇଁ ବହୁତ ଅଶୁଵିଧା ହେଉଥିବା ଖବର ପାଇ ଟ୍ରଷ୍ଟ ର ସଦସ୍ୟମାନେ ସେଠାରେ ପହଂଚି ତାଙ୍କ ଭଲ ମନ୍ଦ ବୁଝି ଦୁଇ ମାସର ରାସନ ସାମଗ୍ରୀ ଦେବା ସହ କିଛି ଆର୍ଥିକ ସହାୟତା କରିଥିଲେ l
କେବଳ ସେତିକି ନୁହଁ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଗ୍ରାମର ଏକ ପରିବାର କିଛି ବର୍ଷ ପୂର୍ବେ ସ୍ୱାମୀ ମୁର୍ତ୍ୟୁ ବରଣ କରିଥିଲେ l ଘରେ ଛୋଟ ଛୁଆ ଏବଂ ବିଧବା ପତ୍ନୀ l ଘର ନଥିବାରୁ ସେମାନେ ଗାଁ ର ଏକ ପରିତ୍ୟକ୍ତ ଘରେ ରହୁଥିବାର ଖବର ପାଇ ଟ୍ରଷ୍ଟ ସଦସ୍ୟମାନେ ସେଠାରେ ପହଂଚି ତାଙ୍କୁ ଦୁଇ ମାସର ରାସନ ସାମଗ୍ରୀ ଦେବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ମଙ୍ଗଳପୁର ପଂଚାୟତ ମଙ୍ଗଳପୁର ଗ୍ରାମର ଏକ ଅସହାୟ ପରିବାରକୁ ଟ୍ରଷ୍ଟ ତରଫରୁ ପୂର୍ବରୁ କିଛି ସାହାଯ୍ୟ ର ହାତ ବଢ଼ାଯାଇଥିଲା କିନ୍ତୁ ଏହି କିଛି ଦିନ ହେବ ପରିବାର ର ବୃଦ୍ଧା ଜଣକର ମୁର୍ତ୍ୟୁ ହୋଇଯାଇଛି l ଘରେ ଅବିବାହିତ ଝିଅ ଛଡା କେହି ନାହାନ୍ତି l ଶୁଦ୍ଧି କ୍ରିୟା ପାଇଁ ବହୁତ ଅସୁବିଧା ହେଉଥିବା ଖବର ପାଇ ଟ୍ରଷ୍ଟ ର ସଦସ୍ୟମାନେ ସେଠାରେ ପହଂଚି ତାଙ୍କୁ କିଛି ଆର୍ଥିକ ସହାୟତା କରିବା ସହ ଶୁଦ୍ଧିକ୍ରିୟା ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ l
ସେହିପରି ଦେଓଦା ପଂଚାୟତ ଦେଓଦା ଗ୍ରାମର ଏକ ଅସହାୟ ପରିବାର ସୂଚନା ଯୋଗ୍ୟ ତାଙ୍କ ପରିବାର କହିବାକୁ ଗଲେ ବୃଦ୍ଧ ଦମ୍ପତି ଙ୍କ ଛଡା ଆଉ କେହି ନାହାନ୍ତି ଘର ମଧ୍ୟ ବର୍ଷା ହେଲେ ବର୍ଷା ପାଣି ଘରେ ପଶୁଛି ଦିନେ ଖାଇଲେ ଦିନେ ଉପାସ ରହିବାଭଳି କହିଲେ ନା ସରେ ଏହି ଖବର ପାଇ ଟ୍ରଷ୍ଟ ର ସଦସ୍ୟମାନେ ସେଠାରେ ପହଂଚି ତାଙ୍କୁ ତାଙ୍କ ପ୍ରତିପୋଷଣ ପାଇଁ ଦୁଇ ମାସର ରାସନସାମଗ୍ରୀ ଦେବା ସହ କିଛି ଆର୍ଥିକ ସହାୟତା କରିବାସହ ଘର ପାଇଁ ଏକ ପାଲ ପ୍ରଦାନ କରିଥିଲେ l