ସାନଖେମୁଣ୍ଡି (ରତ୍ନଗିରି ନ୍ୟୁଜ)୨୨/୦୪ : ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ବ୍ଳକସ୍ତରୀୟ ମେଗା ସ୍ବାସ୍ଥ୍ୟମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ବାହାନ ଦାସଙ୍କ ସଂଯୋଜନାରେ ଆୟୋଜିତ ସ୍ଵାସ୍ଥ୍ୟ ମେଳାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଗୀସେବା ପରିଖିବା ସହ ଶୁଭ ଉଦଘାଟନ ମଧ୍ୟ କରିଥିଲେ । କରିଥିଲେ । ସେହିପରି ସାନଖେମୁଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଗୀତାଞ୍ଜଳି ଦେବୀ , ୫୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ, ୬୦ ନମ୍ବର ଜିଲ୍ଲା ପରିଷଦ ପ୍ରତିନିଧି ରାଜୀବ ଲୋଚନ ପାତ୍ର , ପୋଡାମାରି ସରପଞ୍ଚ ସନ୍ତୋଷ ବିଷୋୟୀ , ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର , ପୋଡ଼ାମାରୀ ସମିତି ସଭ୍ୟ ଚନ୍ଦ୍ରମା ପାତ୍ର ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ଗ୍ରାମରୁ ୬୦୦ ରୁ ଉର୍ଦ୍ଧ ରୋଗୀ ଚିକିତ୍ସିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିପିଏମ ଦିଲିପ କୁମାର ବେହେରା , ପିଏଚଇଓ ଡଃ .ଜୟନ୍ତୀ ଦାସ , ଡିପିଏଚଓ ଡଃ . ଜଗଦୀଶ ପଟ୍ଟନାୟକ , ସାବିତ୍ରୀ ରାଉତ ସମେତ ଏମବିବିଏସ ଡାକ୍ତର ଶୁଭ୍ରାଂଶୁ ମୋହନ ସାହୁ , ପ୍ରସିଦ୍ଧ କୁମାର ସେଠୀ , ସାନ୍ତୁନୁ କୁମାର ରାଉତ, ସମସ୍ତ ଆୟୁଷ ଡାକ୍ତର , ହେଲପର, ସୁପରଭାଇଜର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।
Related Stories
December 1, 2024
November 25, 2024